Odia news portal

୧୭ ରୁ ୨୩ ବର୍ଷ ଯୁବକ ମାନଙ୍କୁ ମାସିକ ମୋବାଇଲ ରିଚାର୍ଜ ଦୁଇ ଶହ ଟଙ୍କା : ମିହିର କୁମାର ରାଉତ

ଭୁବନେଶ୍ୱର : ଭୁବନେଶ୍ୱରର ମା ଶୀଖରଚଣ୍ଡୀ ମନ୍ଦିରର ପାଦଦେଶରେ ୧ ଓ ୨ ନମ୍ବର ୱାର୍ଡର ଯୁବକ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ମିହିର କୁମାର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ । ଯୁବକ ମାନେ ଏକାଠି ରହି, ନିଜ ନିଜ ଭିତରେ ସୁସମ୍ପର୍କ ରଖି ସମାଜ ସେବାରେ ନିୟୋଜିତ ହେବାପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ ।

କର୍ପୋରେଟର ମିହିର କୁମାର ରାଉତ କହିଥିଲେ ୧ ଓ ୨ ନମ୍ବର ୱାର୍ଡର ଯୁବ ବନ୍ଧୁ ମାନେ ବିଭିନ୍ନ ପ୍ରକାର ସମାଜସେବା କାର୍ଯ୍ୟ କରି ଆସୁଛନ୍ତି । ରକ୍ତଦାନ, ବୃକ୍ଷ ରୋପଣ କରିବା ସହିତ ବନ୍ୟା, ବାତ୍ୟା ଓ ମହାମାରୀ ସମୟରେ ମୋ ସହିତ ରହି ଲୋକମାନଙ୍କର ସେବା କରିବା ସହ ସୁବିଧା ଅସୁବିଧାରେ ସାହାର୍ଯ୍ୟ ସହଯୋଗ କରିଛନ୍ତି । ଆମ ୱାର୍ଡରେ ସବୁଦିନ ଏପରି ଭାଇଚାରା ବଞ୍ଚିରହୁ ଓ ଯୁବ ବନ୍ଧୁମାନେ ଭଲ ପାଠ ପଢି ଉଚ୍ଚ ଶିକ୍ଷିତ ହୁଅନ୍ତୁ ।

ଏହି ଅବସରରେ ୧୭ ବର୍ଷରୁ ୨୩ ବର୍ଷ ମଧ୍ୟରେ ଅଧ୍ୟୟନରତ ଯୁବକ ମାନଙ୍କୁ ମାସିକ ୨ ଶହ ଟଙ୍କା ମୋବାଇଲ ରିଚାର୍ଜ ପାଇଁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ।

You might also like
Leave A Reply

Your email address will not be published.