Odia news portal

ଭାରତର ପ୍ରଥମ ଫ୍ୟାଶନ ଫେଷ୍ଟିଭାଲରେ ସାନ୍ୟା ମଲ୍‌ହୋତ୍ରାଙ୍କ ସହ ଗ୍ଲାମରସ ଫ୍ୟାଶନ ଶୋ’

ଭୁବନେଶ୍ୱରର ଗ୍ଲାମର ବଢାଇଛି ବ୍ଲେଣ୍ଡର୍ସ ପ୍ରାଇଡ ଫ୍ୟାଶନ ନେକ୍ସଟ୍ ଫେଷ୍ଟିଭାଲ

ଡିଜାତ, ଉଦୀୟମାନ ଲାଇଫ୍‌ଷ୍ଟାଇଲ ବ୍ରାଣ୍ଡଗୁଡିକରୁ ହାଇ-ଅନ୍‌-ଷ୍ଟାଇଲ ଏକ୍ସପେରିଏନ୍ସ ଆଦି ଉନ୍ମୋଚିତଇନର ନଚିକେତ ବାର୍‌ଭେଙ୍କ ଏକ ଆକର୍ଷଣୀୟ କଲେକ୍ସନ, ରିତ୍‌ଭିଜ ଓ ପ୍ରୋଗ୍ରେସିଭ୍ ବ୍ରଦର୍ସଙ୍କ ରୋମାଂଚକର ସଙ୍ଗୀ

ଭୁବନେଶ୍ୱର : ରନ୍‌ୱେ ବାହାରେ ଫ୍ୟାଶନକୁ ପରିଭାଷିତ କରି ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ନେକ୍ସଟ୍ ଫେଷ୍ଟିଭାଲ ଭୁବନେଶ୍ୱରରେ ଗତ ମାର୍ଚ୍ଚ ୨ ତାରିଖରେ ଏକ ପ୍ରଥମ ଧରଣର ଅତ୍ୟାଧୁନିକ ଫେଷ୍ଟିଭାଲର ଆୟୋଜନ କରିଥିଲା । ଭାରତର ପ୍ରଥମ ଏକ୍ସପେରିଏନ୍ସିଆଲ ଫ୍ୟାଶନ ଫେଷ୍ଟିଭାଲ ଭାବେ ଏହା ଲକ୍‌ଜରୀ ଫ୍ୟାଶନ କ୍ଷେତ୍ରରେ ଏକଧିକ ହାଇ-ଅନ୍‌-ଷ୍ଟାଇଲ ଅନୁଭୂତି, ଚମତ୍କାର ସଙ୍ଗୀତ ପ୍ରଦର୍ଶନ ଓ ଭାରତର କିଛି ଲୋକପ୍ରିୟ ଲାଇଫ୍‌ଷ୍ଟାଇଲ ବ୍ରାଣ୍ଡଗୁଡିକ ଦ୍ୱାରା ନିର୍ମିତ ନିମଜ୍ଜିତ ପପ୍‌-ଅପ୍‌କୁ ଏକତ୍ରିତ କରିଥିଲା ।

ଏହି ଫେଷ୍ଟିଭାଲରେ ଆଗନ୍ତୁକମାନେ ଏକ ଚମତ୍କାର ନୂଆ ଅନୁଭୂତି ପାଇଥିଲେ ଯାହା ଫ୍ୟାଶନ ଓ ଷ୍ଟାଇଲ ଉପରେ ଆଧାରିତ ଥିଲା । ଏହି ସନ୍ଧ୍ୟାରେ ପ୍ରଖ୍ୟାତ ଡିଜାଇନର ନଚିକେତ ବାର୍‌ଭେଙ୍କ ଦ୍ୱାରା ପ୍ରସ୍ତୁତ ଏକ ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା । ଏଥିସହିତ ଅଳ୍ପନା ନୀରଜ, ବିଲୋନି, ଅନ୍ତର ଅଗ୍ନି, ମନ୍ଦିରା ୱିର୍କ, ଜିଶା ଡିଜାଇନ୍ସ, ବେରାଣ୍ଡା, ଶ୍ୱେତା କପୁର, ତାନିୟା ଖନୁଜା ଓ ନିତିନ ବାଲ୍ ଚୌହାନଙ୍କ ସମେତ ୯ ଜଣ ଅଗ୍ରଣୀ ଭାରତୀୟ ଡିଜାଇନରଙ୍କ ସହ ଫ୍ୟାଶନ ଡିଜାଇନ କାଉନ୍ସିଲ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଫ୍ୟାଶନ ନେକ୍ସଟ୍ ସ୍ପଟ୍‌ଲାଇଟ୍ ନାମକ ଏକ ଅଭିନବ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଲୋକପ୍ରିୟ ଅଭିନେତ୍ରୀ ସାନ୍ୟା ମଲ୍‌ହୋତ୍ରାଙ୍କ ସହ ନଚିକେତା ନିଜର କଲେକ୍ସନ ‘ଲା ଡଲ୍‌ସେ ଭିଟା’ ପ୍ରଦର୍ଶିତ କରିଥିଲେ, ଯେଉଁଥିରେ ବ୍ଲାକ ଓ ଗୋଲ୍ଡର ଆକର୍ଷଣୀୟ ପ୍ୟାଲେଟ୍ ସହ ଭ୍ରମଣ-ଅନୁପ୍ରାଣିତ ଉପାଦାନ ଅନ୍ତର୍ଭୁକ୍ତ ଥିଲା ।

ସେହିପରି ଫ୍ୟାଶନ ନେକ୍ସଟ ସ୍ପଟ୍‌ଲାଇଟ୍ ବିକଶିତ ଫ୍ୟାଶନର କେନ୍ଦ୍ରରେ ଥିବା ୩ଟି ସ୍ୱତନ୍ତ୍ର ବିଷୟବସ୍ତୁ ଉପରେ ଉଦୀୟମାନ ଫ୍ୟାଶନ ଟ୍ରେଣ୍ଡଗୁଡିକୁ ଉପସ୍ଥାପନ କରିଥିଲା । ଏହି ୩ଟି ବିଷୟବସ୍ତୁ ହେଉଛି ହଲିଡେ ୱେୟାର କ୍ଷେତ୍ରରେ ପ୍ରଭାବର ପ୍ରତିନିଧିତ୍ୱ କରୁଥିବା ୱାଣ୍ଡରଲ୍ୟୁକ୍ସ, ହାଇ ଫ୍ୟାଶନ କ୍ଷେତ୍ରରେ ମଡର୍ଣ୍ଣ ଗ୍ଲାମର୍‌ର ପ୍ରତିନିଧିତ୍ୱ କରୁଥିବା ଗ୍ଲସ୍ ଆଣ୍ଡ ଗ୍ଲାମ ଏବଂ ଫ୍ୟୁଚରିଜିମ ଦ୍ୱାରା ଅନୁପ୍ରାଣିତ ଫ୍ୟାଶନର ପ୍ରତିନିଧିତ୍ୱ କରୁଥିବା ଇଂଟରଗ୍ଲାମାଟିକ୍ ।

ଏହି ସନ୍ଧ୍ୟାରେ ଡିଜେ ରବାବଙ୍କ ଏକ ଓପ୍‌ନିଙ୍ଗ ଆକ୍ଟ, ପ୍ରୋଗ୍ରେସିଭ ବ୍ରଦର୍ସଙ୍କ ଅପ୍‌ବିଟ୍ ଶୋ’, ରିତ୍‌ଭିଜଙ୍କ ଏକ ଫୁଟ୍‌-ଟାପିଙ୍ଗ ଶୋ’ ଆଦି ସାମିଲ ଥିବା ରୋମାଂଚକର ସଙ୍ଗୀତ ପ୍ରଦର୍ଶନଗୁଡିକ ଫେଷ୍ଟିଭାଲରେ ସାମିଲ ହୋଇଥିବା ଦର୍ଶକଙ୍କୁ ଉତ୍ସାହିତ କରିଥିଲା । ଏହି ସନ୍ଧ୍ୟାକୁ ଭିଜେ ଓ ଅଭିନେତ୍ରୀ ଅନୁଷା ଦାଣ୍ଡେକର ପରିଚାଳନା କରିଥିଲେ ଯିଏ ଫେଷ୍ଟିଭାଲର ଷ୍ଟାଇଲ ପରିମାଣକୁ ଆହୁରି ବୃଦ୍ଧି କରିଥିଲେ ।

ଏହି ଫେଷ୍ଟିଭାଲରେ ଲୋକପ୍ରିୟ ଲାଇଫ୍‌ଷ୍ଟାଇଲ ବ୍ରାଣ୍ଡ ଯେପରିକି ନାସେର ମାଇଲ୍ସ, ଅଲ୍ ୟୁ କ୍ୟାନ୍ ଷ୍ଟ୍ରିଟ୍‌, ଡୁଡଲ ମାପୁଲ୍ସ, ବିୟର୍‌ଡୁ ଓ ଦ ଷ୍ଟାଇଲିଙ୍ଗ ରୁମ୍ ବାଏ ଅନିଷା ଗାନ୍ଧୀଙ୍କ ସହ ଉଲ୍ଲେଖନୀୟ ସହଭାଗିତାର ଏକ ଶୃଙ୍ଖଳା ସାମିଲ ଥିଲା । ଏହି ବ୍ରାଣ୍ଡଗୁଡିକ ଅନିଭବ ଡିଆଇୱାଇ ଅନୁଭୂତି, ଲାଇଫ୍ ଆର୍ଟ ଅଫ୍ ମର୍ଚ ଓ ଷ୍ଟାଇଲିଂ ଷ୍ଟେସନ ସହିତ ଏକ ପପ୍‌-ଅପ୍ ସିରିଜ୍‌ର ଆୟୋଜନ କରିଥିଲେ, ଯାହା ଫେଷ୍ଟିଭାଲକୁ ଆସିଥିବା ଲୋକମାନଙ୍କୁ ନିୟୋଜିତ ରଖିବା ସହ ମନୋରଞ୍ଜନ ପ୍ରଦାନ କରିଥିଲା ।

ଏସମ୍ପର୍କରେ ପର୍‌ନଡ ରିକାର୍ଡ ଇଣ୍ଡିଆର ଚିଫ୍ ମାର୍କେଟିଂ ଅଫିସର କାର୍ତିକ ମହିନ୍ଦ୍ରା କହିଛନ୍ତି, ‘ ଆମେ ଭାରତରେ ଫ୍ୟାଶନ ପରିଦୃଶ୍ୟକୁ ଆଗକୁ ବଢାଇବା ଜାରି ରଖିଥିବାରୁ, ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ନେକ୍ସଟ୍ ଫେଷ୍ଟିଭାଲ ଏକ ନିମଜ୍ଜିତ ନୂତନ ଫର୍ମାଟ୍ ଆଣିଛି ଯାହା ନୂଆ ସହରଗୁଡିକରେ ଆମର ଅନୁଭୂତିକୁ ବହୁମୂଖୀ କରୁଛି । ଆମେ ଭରତର କିଛି ସର୍ବୋତମ ଫ୍ୟାଶନ ଡିଜାଇନର, ସେଲିବ୍ରିଟି ଓ ଲାଇଫ୍‌ଷ୍ଟାଇଲ ବ୍ରାଣ୍ଡଗୁଡିକ ସହ ସହଭାଗିତା କରି ଉତ୍ସାହିତ ରହିଛୁ, ଯିଏ ଷ୍ଟାଇଲ ଓ ଗ୍ଲାମର୍‌ର ଦୁନିଆରେ ଏକ ନିମଜ୍ଜିତ ପ୍ରବେଶ ପଥରେ ପରିଣତ ହେବା ନେଇ ଆମର ଲକ୍ଷ୍ୟ ସହ ପ୍ରତିଧ୍ୱନିତ୍ୱ କରୁଛନ୍ତି ।’

You might also like
Leave A Reply

Your email address will not be published.