Odia news portal

ରକ୍ତଦାନ କରି ମହିଳାଙ୍କ ଜୀବନ ବଂଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର : ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ନାକଟିଦେଉଳ ଥାନା ଅନ୍ତର୍ଗତ ଗୌଡପଡା ଗ୍ରାମର ଜଣେ ମହିଳା ରମ୍ଭାବତୀ ଧଳ (୪୫ବର୍ଷ) ସ୍ତ୍ରୀରୋଗ ଜନିତ ସମସ୍ୟା ପାଇଁ ଚଳିତ ମାର୍ଚ୍ଚ ୨୯ ତାରିଖ ଦିନ ସମୟ ଅପରାହ୍ନ ୦୧:୩୦ ସମୟରେ ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କୁ ଚିକିତ୍ସା କରୁଥିବା ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ସୁନୀତା ବ୍ରହ୍ମା ରୋଗୀଙ୍କୁ ତୁରନ୍ତ ରକ୍ତର ଆବଶ୍ୟକତା ଥିବା ତାଙ୍କ ସହାୟକଙ୍କୁ କହିଥିଲେ ।

ଗତ ଦୁଇଦିନ ଠାରୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାରରେ “ଓ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ସେଥିପାଇଁ ତାଙ୍କ ସହାୟକ ଆବଶ୍ୟକ ରକ୍ତ ଯୋଗାଡ କରିନପାରି ନିରାଶ ହୋଇପଡିଥିଲେ । ଏହି ସମୟରେ ରୋଗୀଙ୍କ ସହାୟକ ଜଣେ ଡାକ୍ତରଖାନା କର୍ମଚାରୀଙ୍କ ଠାରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଆବଶ୍ୟକ ସମୟରେ ରକ୍ତଦାନ କରୁଥିବା ସମ୍ପର୍କରେ ଖବର ପାଇ, ସେଠାରେ ଥିବା୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ତାଙ୍କର ରକ୍ତର ଆବଶ୍ୟକତା ବିଷୟରେ ଜଣାଇଲେ ।

ରେଢ଼ାଖୋଲ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଠାରୁ ଖବର ପାଇ ନାକଟିଦେଉଳ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ନରେନ ପ୍ରଧାନ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହତ୍ କାର୍ଯ୍ୟକୁ ଡାକ୍ତରଖାନା କର୍ମଚାରୀ ଭୁୟସୀ ପ୍ରଶଂସା କରିଛନ୍ତି ।

You might also like
Leave A Reply

Your email address will not be published.