Odia news portal

ରାଜ୍ୟ ଯୁବ କ୍ରୀଡା ବିଭାଗର ସହାୟତାରେ ୩୪ ତମ ଜାତୀୟ ଟେନିସ ବଲ କ୍ରିକେଟ ଚାମ୍ପିଅନସିପ ପାଇଁ ଓଡିଶା ଦଳ ତାମିଲନାଡୁ ଗସ୍ତ

ଭୁବନେଶ୍ୱର : ତାମିଲନାଡୁର ରାମନାଥପୁରମ୍ ରେ ଚଳିତ ମାସ ୨ରୁ ୫ ପର୍ଯ୍ୟନ୍ତ ହେବାକୁଥିବା ୩୪ ତମ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିୟନଶିପ୍ ପାଇଁ ରବିବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ପ୍ରତିଯୋଗିତାରେ ମୋଟ ୨୮ଟି ରାଜ୍ୟ ଦଳ ଅଂଶଗ୍ରହଣ କରୁଛନ୍ତି। ୫ ଦିନର ପ୍ରଶିକ୍ଷଣ ଶିବିର ପରେ ମନୋନୀତ ହେବାପରେ ଓଡିଶା ରାଜ୍ୟ ଯୁବ କ୍ରୀଡା ବିଭାଗର ସହାୟତାରେ ଓଡ଼ିଶା ଦଳ ତାମିଲନାଡୁ ଯାତ୍ରା କରିଛି।

ଓଡିଶା ରାଜ୍ୟ ଯୁବ କ୍ରୀଡା ବିଭାଗର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସନାତନ ସାହୁ, ଓଡ଼ିଶା ଟେନିସ୍ ବଲ୍‌ କ୍ରିକେଟ୍ ସଂଘର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥୁଲ୍ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ସୋମନାଥ ପରିଡା, ରଞ୍ଜନ କୁମାର ନାୟକ ଏବଂ ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ୍ ମୁଖ୍ୟ କୋଚ୍ ଚକ୍ରଧର ମାଝି ଓଡ଼ିଶା ଦଳର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାହା ସହିତ ଓଡିଶା ରାଜ୍ୟ ଯୁବ କ୍ରୀଡା ବିଭାଗ ଓଡିଶା ଟେନିସ ବଲ କ୍ରିକେଟ ଦଳକୁ ସହାୟତା କରିଥିବାରୁ ସଂଘର ସମସ୍ତ କର୍ମକର୍ତ୍ତା ରାଜ୍ୟ ଯୁବ କ୍ରୀଡା ବିଭାଗକୁ କୃତଜ୍ଞାନ୍ତା ଜଣାଇଛନ୍ତି ।

ଓଡ଼ିଶା ଦଳ -: ପ୍ରିୟବ୍ରତ ସ୍ୱାଇଁ (ଅଧିନାୟକ), ଅମ୍ରିତ କୁମାର ଦାସ, ବିଶ୍ବରଞ୍ଜନ ମତି, ଅଭୟ ଦାସ, ଯଜ୍ଞାଦତ୍ତ ଜେନା, ସୁଦାମ ବେହେରା, ଆଦର୍ଶ ଦିଗାଲ(ଉପ ଅଧିନାୟିକା), ସତ୍ୟବ୍ରତ ବେହେରା, ଦେବାଶିଷ ପାଣିଗ୍ରାହୀ, ରାଜ ପ୍ରୀତମ ବାରିକ, ଶୋଭାନ ବେହେରା, ରାଧାମାଧବ ବାରିକ, ରାଜେନ୍ଦ୍ର ସେଠୀ, ରଜତ୍ କୁମାର ନାୟକ

କୋଚ୍‌ : ଆଷିଶ୍ କୁମାର ଦିଗାଲ

ମ୍ୟାନେଜର: ସୁନିଲ କୁମାର ମହାରଣା

You might also like
Leave A Reply

Your email address will not be published.