Odia news portal

ଜୁନ୍ ମାସ ହରିଦ୍ଵାରରେ ଶ୍ରୀଗୁରୁ ପୂଜା ଓ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଦିବ୍ୟଆତ୍ମନ ! ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ତାଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଦିବ୍ୟଧାମ ହରିଦ୍ଵାର ଠାରେ ଅବସ୍ଥିତ ଶ୍ରୀମଙ୍ଗଳ ଆଶ୍ରମ ପବନ ଧାମ ଛକ(ସ୍ଵାମୀ ନାରାୟଣ ଆଶ୍ରମ ପାଖ) ଠାରେ୧.୬.୨୪ ରୁ ୫.୬.୨୪ ପର୍ଯ୍ୟନ୍ତ ଶ୍ରୀଗୁରୁ ପୂଜା ଓ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମରେ ପୁରୀ ରାଧାବଲ୍ଲଭ ମଠ ମହନ୍ତ ଶ୍ରୀରାମକୃଷ୍ଣ ଦାସ ମହାରାଜ ଓ ବ୍ରହ୍ମଚାରି ଶ୍ରୀସତ୍ୟାନନ୍ଦ ଦାସ ଧାରାବାହିକ ପ୍ରବକ୍ତା ରୁପେ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ସେଠାରେ ୩୧.୫.୨୦୨୪ ରାତିରୁ ୬.୬. ୨୦୨୪ ସକାଳ ପର୍ଯ୍ୟନ୍ତ ରହିବା ଓ ଖାଇବା ବନ୍ଦୋବସ୍ତ କରାଯାଇଛି, ରୁମ ଗୁଡିକ ଏସି ପାଇଁ ୮୦୦୦ ଟଙ୍କା ଓ କୁଲର ରୁମ ନିମନ୍ତେ ୭୦୦୦ ଟଙ୍କା ପ୍ରଦାନ କରିବାକୁ ପଡିବ, ରୁମ ଗୁଡିକ ସେୟାରିଂ ହିସାବରେ ଆଲଟ କରାଯିବ ।

ଉକ୍ତ ଦେୟ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ନମ୍ବର ୩୮୨୫୦୪୭୯୬୧୮, ଆଇଏଫଏସସି କୋଡ SBIN0005093 ରେ ଜମା କରିବାକୁ ବିଶେଷ ଅନୁରୋଧ, ହରି ଦ୍ଵାର ଯିବା ଓ ସେଠାରୁ ଫେରିବା ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ନିଜେ କରିବାକୁ ପଡିବ, ହରିଦ୍ଵାର ଠାରେ ରହିବା ପ୍ରସାଦ ସେବନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିଆ ଯାଉଥିବା ଅର୍ଥ କୌଣସି ପରିସ୍ଥିତିରେ ଫେରସ୍ତ ହେବ ନାହିଁ ।

ଅଧିକ ଜାଣିବା ପାଇଁ ଏହି ନମ୍ବର ଯୋଗାଯୋଗ କରିପାରିବେ ପ୍ରଭାକର ମଲ୍ଲିକ 9439691060, ବୈକୁଣ୍ଠନାଥ ମହାପାତ୍ର 9937231471, ନିରଞ୍ଜନ ଦାଶ 94370 67800, ଗୌରାଙ୍ଗ ନାୟକ 94376 35177, ଡଃ ନାରାୟଣ ମହାପାତ୍ର 9438731639

You might also like
Leave A Reply

Your email address will not be published.