Odia news portal

ଭୁବନେଶ୍ୱରରେ ଦୁଇଗୁଣା କଲା ଏୟାରଟେଲ୍ ରିଟେଲ୍ ଷ୍ଟୋର

ସହରରେ ଏବେ ରହିଥିବା ୪ଟି ଷ୍ଟୋର ସହିତ ଆଉ ୪ଟି ନୂଆ ଷ୍ଟୋର୍

ଭୁବନେଶ୍ୱର : ଭାରତୀ ଏୟାରଟେଲ ଭାରତର ଅନ୍ୟତମ ଅଗ୍ରଣୀ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ ଆଜି ଘୋଷଣା କରିଛନ୍ତି ଯେ ଭୁବନେଶ୍ୱର ସହରରେ ୪ଟି ନୂଆ ନେକ୍ସଟ ଜେନ୍ କମ୍ପାନି ମାଲିକାନାଭୁକ୍ତ ଷ୍ଟୋର୍ ଆରମ୍ଭ କରାଯାଇଛି।  ଏହି ନୂଆ ଷ୍ଟୋରଗୁଡ଼ିକ ଝାରପଡ଼ା, ଶିରିପୁର, ଡିଷ୍ଟ୍ରିକ୍ଟ ସେଣ୍ଟର ଏବଂ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଖୋଲାଯାଇଛି । ଯାହାକି ଏୟାରଟେଲର ରିଟେଲ୍ ଉପସ୍ଥିତିକୁ ସୁଦୃଢ଼ କରିବା ସହିତ ଗ୍ରାହକଙ୍କୁ ଅପ୍ରତୀମ ସେବା ଅନୁଭୂତି ପ୍ରଦାନ କରିବ। ଏହି ଷ୍ଟୋର ମଧ୍ୟ ପୋର୍ଟଫୋଲିଓ ବ୍ୟାପୀ ଏୟାରଟେଲର କଟିଙ୍ଗ ଏଜ୍ ଟେକ୍ନୋଲୋଜି ପ୍ରଦର୍ଶନ କରିବ।
 
ଗ୍ରାହକଙ୍କ ପାଇଁ ଉତ୍କର୍ଷତା ଆଣି ଦେବା ସହ ଗ୍ରାହକଙ୍କ ଜୀବନକୁ ଜିଣିବା ପାଇଁ ପରିକଳ୍ପିତ, ଏହି ପାଖାପାଖି ଷ୍ଟୋରଗୁଡ଼ିକ ଏୟାରଟେଲ୍ ପ୍ରଦାନ କରୁଥିବା ସମୁଦାୟ ରେଞ୍ଜ ସହିତ ଏକ୍ସଟ୍ରିମ୍, ଏକ୍ସସେଫ୍, ୫ଜି ପ୍ଲସ୍ ଇତ୍ୟାଦି ପ୍ରଦର୍ଶନ କରିବ। ଏହାର ଲକ୍ଷ୍ୟ ହେଉଛି ଅପ୍ରତୀମ ସେବା ଅନୁଭୂତି ପ୍ରଦାନ କରିବା, ଷ୍ଟୋରର କର୍ମଚାରୀମାନଙ୍କୁ ‘ଏୟାରଟେଲ୍ ଫ୍ରେଣ୍ଡସ୍’ ଭାବରେ ସୂଚିତ କରାଯାଉଛି ଏବଂ ସେମାନଙ୍କୁ ମୋବାଇଲ୍, ବ୍ରଡବ୍ୟାଣ୍ଡ ଏବଂ ଡିଟିଏଚ୍ ସମେତ ଏୟାରଟେଲ୍‌ର ପୋର୍ଟଫୋଲିଓ ବ୍ୟାପୀ ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ଓ ସମସ୍ୟା ସମାଧାନ କରିବା ପାଇଁ ତାଲିମ ପ୍ରଦାନ କରାଯାଇଛି।
 
ଏହି ସମ୍ପ୍ରସାରଣ ଉପରେ ମନ୍ତବ୍ୟ ଦେଇ ବାଲାଜୀ ଆର୍ -ସିଓଓ, ଓଡ଼ିଶା, ଭାରତୀ ଏୟାରଟେଲ୍ କହିଛନ୍ତି ‘‘ମୁଖ୍ୟତଃ ଗ୍ରାହକମାନଙ୍କର ଆଗ୍ରହ ଆମକୁ ଏୟାରଟେଲ୍‌ର ଓଡ଼ିଶା ରାଜ୍ୟରେ ବ୍ୟାପକ ରିଟେଲ୍ ସମ୍ପ୍ରସାରଣ ପାଇଁ ପ୍ରେରିତ କରିଛି। ଗ୍ରାହକଙ୍କର ସମସ୍ତ ଆବଶ୍ୟକତା ପାଇଁ ଏହି ୱାନ ଷ୍ଟପ୍ ସପ୍, ଏହି ଆଖପାଖ ଷ୍ଟୋରଗୁଡ଼ିକ ବ୍ୟାପକ ରେଞ୍ଜ, ମୋବାଇଲ୍‌, ବ୍ରଡବ୍ୟାଣ୍ଡ, ଡିଟିଏଚ୍ ସମେତ ବିସ୍ତୃତ ସର୍ଭିସ୍ ରେଞ୍ଜ ପ୍ରଦାନ କରିବା। ଓଡ଼ିଶା ରାଜ୍ୟ ଆମ ପାଇଁ ଆମର ମୁଖ୍ୟ ଧ୍ୟାନର କେନ୍ଦ୍ର ହୋଇ ରହିଥିବା ବଜାର ଏବଂ ଆମ୍ଭେମାନେ ଏହି ବଜାରରେ ନିବେଶ ଜାରି ରଖିବୁ।’’

ଏୟାରଟେଲ୍ ଏହାର ଅଫଲାଇନ୍ ଉପସ୍ଥିତିକୁ ଗତ କିଛି ବର୍ଷ ହେଲା ବୃଦ୍ଧି କରିବାରେ ଲାଗିଛି ଯାହାକି ଦେଶରେ ଏହାର ରିଟେଲ୍ ଉପସ୍ଥିତିକୁ ସୁଦୃଢ଼ କରୁଛି। ସମ୍ପ୍ରତି ଏହି କମ୍ପାନିର ଜାତୀୟସ୍ତରରେ ୧୫୦୦ଟି ଷ୍ଟୋର ରହିଛି।
 
ଏୟାରଟେଲ ସମ୍ପର୍କରେ ଭାରତରେ ମୁଖ୍ୟ କାର୍ଯ୍ୟାଳୟ ରହିବା ସହିତ ଏୟାରଟେଲ୍ ହେଉଛି ଦକ୍ଷିଣ ଏସିଆ ଏବଂ ଆଫ୍ରିକାର ୧୭ଟି ଦେଶରେ ୫୦୦ ନିୟୁତରୁ ଅଧିକ ଗ୍ରାହକଙ୍କୁ ଯୋଗାଯୋଗ ସମାଧାନ ପ୍ରଦାନ କରୁଥିବା ବିଶ୍ୱସ୍ତରୀୟ ଅନୁଷ୍ଠାନ। ଏହି କମ୍ପାନି ବିଶ୍ୱସ୍ତରରେ ଶ୍ରେଷ୍ଠ ତିନୋଟି ମୋବାଇଲ ଅପରେଟରଙ୍କ ମଧ୍ୟରେ ପରିଗଣିତ ଏବଂ ଏହାର ନେଟୱାର୍କ ପ୍ରାୟ ୨ ବିଲିୟନ୍ ଲୋକଙ୍କୁ ଅନ୍ତର୍ଭୁକ୍ତ କରେ। ଏୟାରଟେଲ୍ ହେଉଛି ଭାରତର ବୃହତ୍ତମ ସଂଯୋଜିତ ଯୋଗାଯୋଗ ସମାଧାନ ପ୍ରଦାନକାରୀ ଏବଂ ଆଫ୍ରିକାର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଅପରେଟର୍। ଏୟାରଟେଲ୍‌ର ରିଟେଲ୍ ପୋର୍ଟଫୋଲିଓ ଅନ୍ତର୍ଭୁକ୍ତ କରେ ୪ଜି/୫ଜି ମୋବାଇଲ୍ ବ୍ରଡବ୍ୟାଣ୍ଡ, ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର୍ ଯାହାକି ଲିନିୟର୍ ଏବଂ ଅନ୍- ଡିମାଣ୍ଡ ମନୋରଞ୍ଜନ, ଷ୍ଟ୍ରିମିଙ୍ଗ ସର୍ଭିସ୍ ତଥା ମ୍ୟୁଜିକ୍ ଏବଂ ଭିଡିଓ, ଡିଜିଟାଲ୍ ପେମେଣ୍ଟ ଓ ଆର୍ଥିକ ସେବା ବ୍ୟାପୀ ସମନ୍ୱୟନ ସହିତ ୧ଜିବିପିଏସ୍ ପର୍ଯ୍ୟନ୍ତର ସ୍ପିଡ୍ର ପ୍ରତିଶ୍ରୁତି ଦେଇଥାଏ। ଉଦ୍ୟୋଗ ଗ୍ରାହକମାନଙ୍କ ପାଇଁ ଏୟାରଟେଲ୍ ସମାଧାନର ସମାହାର ପ୍ରଦାନ କରେ ଯାହାକି ଅନ୍ତର୍ଭୁକ୍ତ କରେ କନେକ୍ଟିଭିଟି, କ୍ଲାଉଡ୍, ଡାଟା ସେଣ୍ଟର ସର୍ଭିସ୍, ସାଇବର୍ ସିକ୍ୟୁରିଟି, ଆଇଓଟି, ଟେକ୍ ଏବଂ କ୍ଲାଉଡଭିତ୍ତିକ ଯୋଗାଯୋଗ। ଅଧିକ ବିବରଣୀ ପାଇଁ ଭିଜିଟ୍‌ କରନ୍ତୁ www.airtel.com

You might also like
Leave A Reply

Your email address will not be published.