Odia news portal

ନବକଳେବର ହେବ ବାରବାଟୀ ଷ୍ଟାଡିୟମ : ୬୦ ହଜାରକୁ ବଢିବ ସିଟ୍ ସଂଖ୍ୟା

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ହେବ। ଷ୍ଟାଡିୟମର ରୂପରେଖ ବଦଳିଯିବ। ଏନେଇ ଆଜି ସକାଳୁ ୫-ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିବା ପରେ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମର ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟକୁ ତର୍ଜମା କରିଛନ୍ତି।

ଆସନ୍ତା ୨୭ ତାରିଖରେ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବାରବାଟୀ ଷ୍ଟାଡିୟମର ଦର୍ଶକ କ୍ଷମତା ୪୪ ହଜାରରୁ ୬୦ ହଜାରକୁ ବୃଦ୍ଧି କରାଯିବ ଏବଂ ଏଥିରେ ବକେଟ ସିଟ୍ ରହିବ। ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

You might also like
Leave A Reply

Your email address will not be published.