Odia news portal

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ଭୁବନେଶ୍ବର, (ଚକ୍ରଧର ମାଝି ) : ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ବର ଦ୍ବାରା ପରି ଚାଳିତ , ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଭୁବନେଶ୍ବର ମହାନଗର ନିଗମ, ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଧୀନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ଗୀତଗୋବିନ୍ଦ ସଦନ , ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶ୍ଵେତା ସ୍ନିଗ୍ଧା ମିଶ୍ର , ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ କହିଥିଲେ ।

ଅନ୍ୟ ରାଜ୍ୟରୁ ସାମ୍ବାଦିକ ଭାଇମାନେ ଆସୁଥିଲେ ଶିଶୁ ମୃତ୍ୟୁ ଓ ମାତୃ ମୃତ୍ୟୁର ଫଟୋ ନେବାକୁ ମାତ୍ର , ବର୍ତ୍ତମାନ ଆମ ରାଜ୍ୟ ଓ ଖାଦ୍ୟ ଶସ୍ୟ ଉତ୍ପାଦନରେ ବିଶ୍ବ ସ୍ତରରେ ୩ୟ ସ୍ଥାନରେ ରହିଛି । ଏହା ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁଶାସନ । ଏଥ୍ ପାଇଁ ତ ସବୁବେଳେ ସେ ଗୋଟିଏ ପ୍ରଶ୍ନ କରନ୍ତି ଆପଣ ମାନେ ଖୁସିତ ? ଆମ ମୁଖ୍ୟ ସବୁବେଳେ ଆପଣ ମାନଙ୍କ ମୂହରେ ଖୁସି ଦେଖିବାକୁ ଚେଷ୍ଟା କରନ୍ତି ।

ଆଜି ଯେଉଁ ଭାଇ ଓ ଭଉଣୀମାନେ ଯେଉଁ ସହାୟତା ପାଇଲେ , ତାକୁ ଠିକ କାମରେ ଲଗାଇବେ ବୋଲି ମୋର ଆଶା । ସମ୍ମାନିତ ଅତିଥ୍ ଭାବେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ଭୁବନେଶ୍ବର ମହାନଗର ନିଗମର ମେୟର ସୁଲୋଚନା ଦାସ ଏବଂ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଧ୍ୟକ୍ଷ , ଜିଲ୍ଲା ପରିଷଦ ମେମ୍ବର ଉପସ୍ଥିତ ରହି ନିମ୍ନଲିଖ୍ ସହାୟତା ରାଶି ପ୍ରଦାନ କରିଥିଲେ ।

ଏହି ଶିବିରରେ ମୃତ୍ୟୁ କାଳୀନ ସହାୟତା ୪୮ ଜଣଙ୍କୁ ୯୪,୦୦,୦୦୦ / – ଟଙ୍କା , ଅନ୍ତେଷ୍ଟି କ୍ରିୟା ସହାୟତା ୨୯ ଜଣଙ୍କୁ ୧,୪୫,୦୦୦ / – ଟଙ୍କା , ବିବାହ କାଳୀନ ସହାୟତା ୩୪ ଜଣଙ୍କୁ ଟ ୧୫,୨୫,୦୦୦ / , ଶିକ୍ଷା ସହାୟତା ୧୦ ଜଣଙ୍କୁ ୨,୦୧ , ୦୦୦ / – ଟଙ୍କା , ପ୍ରସବ କାଳୀନ ସହାୟତା – ୬ ଜଣଙ୍କୁ- ୬୦ , ୦୦୦ ଟଙ୍କା ସର୍ବମୋଟ ୧୨୭ ଜଣଙ୍କୁ ୧ , ୧୩ , ୩୧ , ୦୦୦ / – ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଶିବିରରେ ନୂତନ ପଞ୍ଜିକରଣ -୨୩୨ ଜଣଙ୍କୁ କାର୍ଡ ପ୍ରଦାନ କରାଯାଇଥିଲା ।

You might also like
Leave A Reply

Your email address will not be published.