Odia news portal

ମୁଖ୍ୟମନ୍ତ୍ରୀଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ ପଡିବ : ଉତ୍ତର ବିଧାୟକ

ଭୁବନେଶ୍ୱର, (ଚକ୍ରଧର ମାଝି) : ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶ ଧାରା ଜାରି ରହିଛି । ବିଗତ ୨୩ ବର୍ଷ ବିଜେଡି ଶାସନ କାଳ ମଧ୍ୟରେ ଓଡିଶା ସମସ୍ତ ରାଜ୍ୟ ତୁଳନାରେ ଉନ୍ନତି କ୍ଷେତ୍ରରେ ବହୁ ଆଗରେ ରହିଛି । ଜନ୍ମ ଠାରୁ ଜୁଇ ପର୍ଯ୍ୟନ୍ତ ସମସ୍ତ କନହିତକାରୀ ଯୋଜନା ଲୋକକମଇନଙ୍କୁ ଯୋଗାଇ ଦିଆଯାଇଛି । ରାସ୍ତାଘାଟ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳର ନବକଳେବର ଘଟିଛି । ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସୁବିଧା ସୁଯୋଗ ଯୋବାଇ ଦିଆଯାଇଛି ।

ତାହା କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି । ୨୩ ବର୍ଷ ମଧ୍ୟରେ ହୋଇଥିବା ବିକାଶ ପାଇଁ ଯଦି ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଏ ତଥାପି କମ ପଡିବ ବୋଲି ବିଏମସି ୧ ନମ୍ବର ୱାର୍ଡର ପ୍ରଶାନ୍ତି ବିହାର ଠାରେ ଅନୁ ିତ ଧନ୍ୟବାଦ ସଭାରେ ଉତ୍ତର ବିଦାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି । ଆଜି ଉତ୍ତର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୧ ନମ୍ବର ୱାର୍ଡର ପ୍ରଶାନ୍ତି ବିହାର ଦୁର୍ଗା ପଡିଆ ଠାରେ ଉତ୍ତରର ଲିଜ ପ୍ଲଟଧାରୀ ମାନଙ୍କ ପକ୍ଷରୁ ଧନ୍ୟବାଦ ସଭା ଆୟୋଜିତ ହୋଇଥିଲା ।

ପ୍ରସାନ୍ତି ବିହାର ବିକାଶ ସମିତିର ସଭାପତି ଅରୁଣ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ୧ ନମ୍ବର ୱାର୍ଡର କର୍ପୋରେଟର ମିହିର କୁମାର ରାଉତ, ୨ ମନ୍ୱର କର୍ପୋରେଟର ମୋନାଲିସା ବେହେରା ପ୍ରମୁଖ ଯୋଗଦେଇଥିଲେ । ଲିଜ ଜମିକୁ ସ୍ଥିତିବାନ କରାଇବା ପାଇଁ ଲିଜଧାରୀ ମାନଙ୍କୁ ୧୦ ପ୍ରତିଶତ କନଭରସନ ଖର୍ଚ୍ଚ ଦେବାକୁ ପଡୁଥିଲା । ଯାହା ଫଳରେ ଲିଜଧାରୀମାନେ ଏହି ଖର୍ଚ୍ଚ ବହନ କରିବାକୁ ସକ୍ଷମ ହୋଇପାରୁ ନଥିଲେ । ଲିଜଧାରୀମାନେ ଉତ୍ତର ବିଧାୟକ ବିଧାୟକଙ୍କ ଦ୍ୱାରସ୍ଥ ହୋଇ ନିବେଦନ କରିଥିଲେ । ଉତ୍ତର ବିଧାୟକ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅବଗତ କରାଇଥିଲେ ।

ମୁଖ୍ୟମନ୍ତ୍ରୀ ଏହି ୧୦ ପ୍ରତିଶତକୁ କମାଇ ୩ ପ୍ରତିଶତ କରିଥିବାରୁ ଲିଜଧାରୀମାନେ ଖୁସିବ୍ୟକ୍ତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ବି କେ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, କର୍ପୋରେଟର ମିହିର କୁମାର ରାଉତ, ମୋନାଲିସା ବେହେରାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜଣାଇଥିଲେ । ପ୍ରସାନ୍ତି ବିହାର ଦୁର୍ଗାପୂଜା କମିଟିର ସଭାପତି ସଭା ପରିଚାଳନା କରିଥିଲା ବେଳେ ବରି ନାଗରିକ ବିକାଶ ମଞ୍ଚର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍ତର ନିର୍ବାଚନ ମଣ୍ଡଲୀର ସମସ୍ତ ଆବାସିକ ସଂଘର କର୍ମକର୍ତ୍ତା ଓ ବାସିନ୍ଦାମାନେ ଯୋଗଦାନ କରିଥିଲେ ।

You might also like
Leave A Reply

Your email address will not be published.