Odia news portal

ଆସନ୍ତା ୧୨ ରୁ ୧୪ ତାରିଖ ଜନତା ମଇଦାନରେ ଅନୁ ିତ ହେବ କୃଷି ଓଡ଼ିଶା – ୨୦୨୪

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି (ଫେଡ଼େରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ)ର ମିଳିତ ସହଯୋଗରେ ଆସନ୍ତା ଜାନୁଆରୀ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ‘କୃଷି ଓଡ଼ିଶା – ୨୦୨୪’ ଆୟୋଜିତ ହେବ । ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ରହିଛି ‘କୃଷି ପ୍ରଗତିରେ ମହିଳା’ ।

ଏହି କାର୍ଯ୍ୟକ୍ରମ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ସ୍ୱୀକୃତି ପ୍ରଦାନ ସହିତ ମହିଳା କୃଷକ, ସ୍ୱୟଂ ସହାୟକ ଗୋ ୀ, ମହିଳା କୃଷି ଉଦ୍ୟୋଗୀ, ବ୍ୟବସାୟିକ ସଂସ୍ଥା, ସେବା ପ୍ରଦାନକାରୀ ପ୍ରତି ।ନ, କୃଷି ଉଦ୍ୟୋଗୀ ଓ ଶିଳ୍ପଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ଏକାଭିମୁଖତା ନିମିତ୍ତ ଏକ ଉପଯୁକ୍ତ ମଞ୍ଚ ପ୍ରସ୍ତୁତ କରିବା ଏବଂ କୃଷିକୁ ଅଧିକ ଲାଭଦାୟୀ କରିପାରିଥିବା ମହିଳା କୃଷକଙ୍କ ସର୍ବୋତ୍ତମ ଉତ୍ପାଦ ଓ ଅନୁଶୀଳନ ଆଦିକୁ ପ୍ରଦର୍ଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ କୃଷି, ଉଦ୍ୟାନକୃଷି, ଖାଦ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ରହିଥିବା ବୃହତ୍ ନିବେଶର ସୁଯୋଗଗୁଡ଼ିକୁ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ ଏହା ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ଏକ ତିନିଦିନିଆ କାର୍ଯ୍ୟକ୍ରମ ।

କୃଷି ଓଡ଼ିଶା ୨୦୨୪ ସମ୍ପର୍କରେ ଘୋଷଣାକରି ଓଡ଼ିଶା ସରକାରଙ୍କ ପକ୍ଷରୁ ମାନ୍ୟବର କୃଷି ମନ୍ତ୍ରୀ, ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିଯେ, “କୃଷି କ୍ଷେତ୍ରରେ ମହିଳା ମାନଙ୍କ ଅବଦାନ ସର୍ବଦା ୬୦% ରୁ ଅଧିକ ରହିଛି । ସେମାନଙ୍କ ଅବଦାନକୁ ପାଳନ କରିବା ପାଇଁ ଚଳିତ ବର୍ଷ କୃଷି ଓଡ଼ିଶା ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ୍ୟ ହେଉଛି, କୃଷି କ୍ଷେତ୍ରରେ କିଭଳି ଓଡ଼ିଶାକୁ ଆଗକୁ ନେଇପାରିବା ଏବଂ ଲୋକ ମାନଙ୍କ ଲାଗି ନିଯୁକ୍ତି ସୃଷ୍ଟି କରିବା । ଏଥିରେ ଗୋଟିଏ ଛାତ ତଳେ କୃଷି କ୍ଷେତ୍ର ସହ ଜଡ଼ିତ ଅଂଶୀଦାର ଯଥା, ମହିଳା ଚାଷୀଙ୍କ ଠାରୁ ଆରମ୍ଭକରି ଉଦ୍ୟୋଗୀମାନେ ଅଂଶ ଗ୍ରହଣ କରିବେ । ଭାବର ବିନିମୟ ଏବଂ ଜ୍ଞାନର ଆଦାନ ପ୍ରଦାନ ଲାଗି ଏହା ଏମ ମଂଚ ରୁପେ କାର୍ଯ୍ୟ କରିବ ।”

ଓଡ଼ିଶା ସରକାରଙ୍କ କୃଷି ବିଭାଗର ପ୍ରମୁଖ ସଚିବ, ଶ୍ରୀଯୁକ୍ତ ଅରବିନ୍ଦ ପାଢୀ କହିଛନ୍ତିଯେ, “ଚାଷ କାମରେ କ୍ଷେତରେ କାମ କରିବା ଠାରୁ ଆରମ୍ଭକରି ବିହନ ସଂରକ୍ଷଣ ଏବଂ ଅମଳ ପରବର୍ତି ପର୍ଯ୍ୟନ୍ତ ମହିଳା ମାନଙ୍କର ସକ୍ରିୟ ଭୂମିକା ରହୁଥିଲେ ମଧ୍ୟ ନିସ୍ପତି ନେବା କ୍ଷେତ୍ରରେ ଯେତିକି ମିଳିବା କଥା ସେତିକି ମିଳୁ ନାହିଁ । ସେହି ଭାବନାକୁ ନଜରରେ ରଖି କୃଷି ଓଡ଼ିଶା ୨୦୨୪ କୁ ପ୍ରସ୍ତୁତ କରାଯାଇଛି । ଏହି ଜରିଆରେ ଚାଷ କାମର ନିସ୍ପତି ଗ୍ରହଣରେ ମହିଳା ମାନଙ୍କ ଗୁରୁତ୍ୱ ବଢାଇବାକୁ ଲକ୍ଷ୍ୟ କରାଯାଇଛି ।”

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୃଷକ ସମୁଦାୟ ଏବଂ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି କୃଷି ଓଡ଼ିିଶା -୨୦୨୪ର ଶୁଭ ଉଦ୍‌ଘାଟନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।
ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦୦୦ ମହିଳା କୃଷକ, ୨୦୦୦ ମହିଳା ସ୍ୱୟଂ ସହାୟକ ଗୋ ୀର ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଏଠାରେ ସଫଳ ମହିଳା କୃଷକ ଓ ସ୍ୱୟଂ ସହାୟକ ଗୋ ୀଗୁଡ଼ିକୁ ସମ୍ବର୍ଦ୍ଧିତ କରାଯିବ । ଅଧିକନ୍ତୁ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର୍ ପ୍ରତି ।ନ, ସିଜିଆଇଏଆର୍ ପ୍ରତି ।ନ, ବେସରକାରୀ ସଂଗଠନ ଗୁଡ଼ିକର ସହଯୋଗରେ ୧୭ଟି ବୈଷୟିକ ଅଧିବେଶନ, କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର, ସେମିନାର, କୃଷକ ସୁବିଧା କେନ୍ଦ୍ର, ଅଭିଜ୍ଞତା ଶିକ୍ଷା କେନ୍ଦ୍ର, କୃଷି ଯନ୍ତ୍ରପାତିଗୁଡ଼ିକର ପ୍ରଦର୍ଶନ, କୃଷି ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରୁଥିବା ମଣ୍ଡପ, ପୁରସ୍କାରପ୍ରାପ୍ତ ମହିଳା କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋ ୀ ଗୁଡ଼ିକ ପାଇଁ ସମ୍ବର୍ଦ୍ଧନାର କାର୍ଯ୍ୟକ୍ରମ ରହିଛି । କୃଷି ଓଡ଼ିଶା – ୨୦୨୪କୁ ଅଧିକ ସ୍ମରଣୀୟ ଓ କାର୍ଯ୍ୟଦକ୍ଷ କରିବା ପାଇଁ କ୍ୱିଜ୍‌, ବକ୍ତୃତା, ପରୀକ୍ଷାମୂଳକ ଜଳକ୍ରୀଡା, କୃଷକମାନଙ୍କ ସ୍ଥାନୀୟ କଳା, କାହାଣୀ ଉପସ୍ଥାପନ, ପୋଷ୍ଟକାର୍ଡ ବିନିମୟ, କୃୃଷକ ସୁଗମକାରୀ କେନ୍ଦ୍ର ଓ ପରୀକ୍ଷାମୂଳକ ଶୈକ୍ଷିକ କେନ୍ଦ୍ରର ଆୟୋଜନ କରାଯାଇଛି ।

ରାଜ୍ୟର ୩୦ଟି ଜିଲ୍ଲାରୁ ସଫଳ କୃଷି ମଡେଲରେ ନିଜର ଉତ୍କର୍ଷକୁ ପ୍ରଦର୍ଶିତ କରିଥିବା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଗ୍ରଣୀ କୃଷକ, କୃଷି ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋ ୀ(ଏଫ୍‌.ପି.ଓ.)ଗୁଡିକୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ।

You might also like
Leave A Reply

Your email address will not be published.