Odia news portal

ସମାଜ ସେବା କ୍ଷେତ୍ରରେ ଡ: ନାରାୟଣ ମହାପାତ୍ରଙ୍କୁ ଆଉ ଏକ ସମ୍ମାନ

ଭୁବନେଶ୍ବର : ଇଜିପ୍ଟ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ: ନାରାୟଣ ମହାପାତ୍ରଙ୍କୁ ସମ୍ମାନସୂଚକ ଡକ୍ଟେରେଟ ଉପାଧି ପ୍ରଦାନ କରିଛନ୍ତି ।

ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ କିଛି ସମୟ ଖୁସି ଓ ଶାନ୍ତି ବାଣ୍ଟୁ ଥିବା ସହିତ ପୋଲିସ କମିଶନରେଟର ମିଳିତ ସହଯୋଗରେ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଇ ରକ୍ତ ଦରକାର ଥିବା ଜନସାଧାରଣଙ୍କୁ ରେଡକ୍ରସ ଦ୍ଵାରା ରକ୍ତ ଯୋଗାଇ ଦିଆ ଯାଏ ।

ଏହିପରି ସାମାଜ ସେବା ନିୟମିତ ଭାବେ କରୁ ଥିବାରୁ ଏହି ଡକ୍ଟରେଟ ସମ୍ମାନ ପ୍ରଦାନ କରଯାଇଛି । ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ରଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି ।

ଏହା ଆମର ସେବା କାର୍ଯ୍ୟକୁ ପ୍ରେରଣା ଦେବା ସହ ଅନୁଷ୍ଠାନକୁ ଆହୁରି ଆଗେଇ ନେବାକୁ ସାହାଯ୍ୟ କରିବ । ଏହି ଆନ୍ତର୍ଜାତୀୟ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ ଆମେ ବହୁତ ବହୁତ ଧନ୍ୟବା ଦଜଣାଉଛୁ ।

You might also like
Leave A Reply

Your email address will not be published.