Odia news portal

ପାଞ୍ଚ ପଞ୍ଚାୟତ ତରଫରୁ ଵିଶାଳ ରକ୍ତ ଦାନ ଶିବିର

ଭୁବନେଶ୍ବର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଞ୍ଚ ପଞ୍ଚାୟତ ରଘୁନାଥପୁର, କଲ୍ୟାଣପୁର, ବରିମୁଣ୍ଡ, ଇଂଜଣା, ଦାଢ଼ା ତରଫରୁ ନୂଆଦନ୍ତ ମେଡିକାଲ ପାଖରେ ଥିବା ରାମକୃଷ୍ଣ ପତି କମ୍ୟୁନିଟି ସେଣ୍ଟରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ରକ୍ତଦାନ ଶିବିରରୁ ୧୪୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ମୋ ପରିବାର ତରଫରୁ ଆୟୋଜିତ ଶିବିରରେ ବିଧାୟକ ସୁଶାନ୍ତ କୁମାର ରାଉତ, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ବରିଷ୍ଠ ନେତା ସୁବାସ ଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ କବିତା ରାଉତ, ସରପଞ୍ଚି ଖୋଲଣା ମାଝୀ, ସୁପ୍ରିୟା ମଲ୍ଲିକ, ହେମନ୍ତ ପରିଡ଼ା, ନିଶି ପଦ୍ମା କାଣ୍ଡି, ସମିତି ସଭ୍ୟ ନିହାରକାନ୍ତ ପଡିଆରୀ, ବିଜୁ ଯୁବ ଜନତା ଦଳ ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ ନିର୍ମଳ ରାଉତ,

ଭୁବନ ମୋହନ ଦାସ, ସସ୍ମିତା ବରାଳ, ବ୍ରଜବନ୍ଧୁ ଭୋଇ, ମମିତା ଦାସଙ୍କ ସମେତ ଉତ୍ତର ନିର୍ବାଚନ ମଣ୍ଡଳୀର ଯୁବସଭାପତି ବୀରେନ୍ଦ୍ର ଜେନା, ଛାତ୍ର ସଭାପତି ସୁବାସ ସାହୁ ଓ ପାଞ୍ଚ ପଞ୍ଚାୟତର ସମସ୍ତ ନେତୃମଣ୍ଡଳୀ ଯୁବ, ଛାତ୍ର ଓ ମହିଳାମାନେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବିଶେଷକରି ଏହି ରକ୍ତଦାନ ଶିବିରରେ ୩୦ ଜଣରୁ ଉର୍ଦ୍ଧ୍ବ ମହିଳା ରକ୍ତଦାନ କରିଥିଲେ ।

You might also like
Leave A Reply

Your email address will not be published.