Odia news portal

କୁଳପତିଙ୍କ ମନମୁଖୀ ଓ ବ୍ୟବସାୟୀ କରଣ ନୀତିକୁ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ତୀବ୍ର ବିରୋଧ

ଭୁବନେଶ୍ବର : ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ଓ କତୃପକ୍ଷଙ୍କ ମନମୁଖୀ ଓ କ୍ୟାମ୍ପସରେ ବ୍ୟବସାୟୀକରଣ କୁ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ତୀବ୍ର ବିରୋଧ କରାଯାଇଚ୍ଛି। ସୂଚନା ଯୋଗ୍ୟ ଯେ ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ରେ ଥିବା ସମସ୍ତ ହଷ୍ଟେଲର ମେସକୁ ଏକ ବେସରକାରୀ ଠିକା ସଂସ୍ଥା କୁ ଦେବା ପାଇଁ ମନସ୍ଥ କରି ପିଜି କାଉନସିଲ ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଏକ ମିଟିଂ ଡାକିଥିଲେ।

ଏହା ଛାତ୍ରଛାତ୍ରୀ ମାନେ ଜାଣିଲା ପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଶତାଧିକ ଛାତ୍ରଛାତ୍ରୀ ପିଜି କାଉନସିଲ ଅଫିସ ଘେରାଉ କରିଥିଲେ। କତୃପକ୍ଷଙ୍କ ଏହି ମନମୁଖୀ ଓ ବ୍ୟବସାୟୀକରଣ ନୀତି ନିଷ୍ପତ୍ତିରୁ ନିବୃତ ରହିବା ପାଇଁ ଚେତାବନୀ ଦେଇଥିଲେ ଓ କତୃପକ୍ଷ ଆଲୋଚନା ପରେ ନିଷ୍ପତି ପ୍ରତ୍ୟାହାର ହେବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଜଣାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଯଦି କର୍ତ୍ତୃପକ୍ଷ ଆଗାମୀ ଦିନରେ ଚ୍ଛାତ୍ର ମାରଣ ନିତିରୁ ନିବୃତ ନ ହୁଅନ୍ତି, ତେବେ ଆଗାମୀ ଦିନରେ ଏହାକୁ ବିରୋଧ କରାଯିବ ଓ ରାଜ୍ୟପାଳ , ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ଛାତ୍ର ନେତା ଦେବେଶ ଦାସ, ସୁବ୍ରତ ବିଶ୍ଵାଳ, ଅଶୋକ ନାୟକ, ସତ୍ୟବ୍ରତ ପ୍ରଧାନ, ବିଶ୍ବରଂଜନ ଜେନା ଓ ପ୍ରକାଶ ଦାସ ଜଣାଇଛନ୍ତି।

You might also like
Leave A Reply

Your email address will not be published.