Odia news portal

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଗ୍ଲୁକୋଜ ମିଶା ପାଣି ବିତରଣ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ନେତୃତ୍ଵରେ ଭୁବନେଶ୍ବରର ବିନ୍ଦୁସାଗର, କେଦାର ଗୌରୀ ଛକ ଓ ଶୈବ ପୀଠ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଠାରେ ସୋମବାର ଅବସର ରେ କାଉଡିଆ ଭାଇ ଓ ଭଉଣୀ ମାନଙ୍କୁ ଓ ଅନ୍ୟ ଜନ ସାଧାରଣ ମାନଙ୍କୁ ଗ୍ଲୁକୋଜ ମିଶା ପାଣି ବିତରଣ କରାଯାଇ ଅଛି ।

ଏହି କାର୍ଯ୍ୟକ୍ରମକୁ ଭାରତ ସେବାଶ୍ରମ ଓ ଏକାମ୍ର ଅନୁଷ୍ଠାନ ପକ୍ଷରୁ ସହାୟତା କରାଯାଇ ଥିଲା ଆଜିର କାର୍ଯ୍ୟକ୍ରମରେ ପରିଷଦର ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ, ନିରଞ୍ଜନ ପଣ୍ଡା,ଉପ ସଭାପତି ରବିନାରାୟଣ ମହାପାତ୍ର, ସମ୍ପାଦକ ନାରାୟଣ ମହାପାତ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧକ୍ଷ ସୁରେଶ ମିଶ୍ର, ଗିରିଜା ଶଙ୍କର ମହାପାତ୍ର ଅଜୟ କୁମାର ଦାସ ମନୋରଞ୍ଜନ ମହାନ୍ତି, ରେବା ମହାନ୍ତି, ନିତ୍ୟାନନ୍ଦ ସାହୁ ଅକ୍ଷୟ ସାହୁ, ରାହୁଲ ପଳେଇ,

ପ୍ରୀତିବାସ ଗୋଚ୍ଛାୟତ ହେମନ୍ତ ମଲିଆ ପ୍ରମୁଖ ଓ ଅନ୍ୟାନ୍ୟ ଆଜୀବନ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

You might also like
Leave A Reply

Your email address will not be published.