Odia news portal

ସୁଦୀପ୍ତା ବିଶ୍ୱ ସାମରିକ କ୍ରୀଡ଼ାସଂଘର ଭାରତୀୟ ମୁଖ୍ୟ

ଭୁବନେଶ୍ୱର : କଟକ ଏସ୍‌ଏନ୍ ଟାଏକୋଣ୍ଡୋ ଏକାଡେମୀର ପ୍ରତିଷ୍ଠାତା ସୁଦୀପ୍ତ ନନ୍ଦଙ୍କୁ ଦକ୍ଷିଣ କୋରିଆ ଭିଭିକ ୱାର୍ଲ ଫେଡେରେସନ ଅଫ୍ ମାଆଲ ଆର୍ଟ (ଡବ୍ଲ୍ୟୁଏଫ୍ଏମ୍ଏ) ର ଭାରତୀୟ ଶାଖାର ମୁଖ୍ୟ ଓ ଦକ୍ଷିଣ ଏସିଆ ସଂଗଠନର ନିର୍ଦ୍ଦେଶକ ଓ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

ଏହା ଫଳରେ ଓଡ଼ିଶାର ଜଣେ ସାମରିକ କ୍ରୀଡ଼ାବିତ୍‌ଙ୍କୁ ବିଶ୍ଵରେ ସ୍ଵୀକୃତି ମିଳିଛି । ଏହି ଷ୍ଟାଇଲ ସାମରିକ କ୍ରୀଡ଼ା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛି। ଭାରତରେ ଏହାକୁ କିପରି ଲୋକପ୍ରିୟ କରାଯାଇପାରିବ ତାହା ଉପରେ ଗୁରୁତ୍ବାରୋପ କରାଯାଇଛି। ଏଥିରେ ଅଂଶଗ୍ରହଣ କରିବାକୁ ଆଶାୟୀ କ୍ରୀଡ଼ାବିତ୍ରଙ୍କୁ ଭାରତ କିମ୍ବା ଦକ୍ଷିଣ କୋରିଆରେ ପ୍ରଶିକ୍ଷଣ ଦିଆଯିବ।

ଏହି ଦାୟିତ୍ବ ମିଳିବା ଫଳରେ ମୋର କାମ ଅଧ୍ୟ ବଢ଼ିଛି। ଏହାକୁ ମୁଁ ସୂଚାରୁରୂପେ ପାଳନ କରିବା ଲାଗି ଚେଷ୍ଟା କରିବି ବୋଲି ଆନନ୍ଦିତ ସୁଦୀପ୍ତା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

You might also like

Leave A Reply

Your email address will not be published.

nineteen − nine =