Odia news portal

ୱାର୍ଡ଼ ନଂ ୩୯ରେ ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର : କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ଅନୁସରଣ କରିବା ସହ ବିଜୁ ଜନତା ଦଳର ଭୁବନେଶ୍ବର ମଧ୍ଯ ବିଧାୟ ଅନନ୍ତ ନାରାୟଣ ଜେନାଙ୍କ କାର୍ଯ୍ୟ ଶୈଳୀକୁ ଅନୁସରଣ କରି

ସମାଜସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ତରଫରୁ ନୂଆପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧିନରେ ଥିବା ନୂଆସାହିରେ ୪୦ ଜଣ ସଫେଇ କର୍ମଚାରୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରି କରନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଗଲା,

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଅନୁଜ ଚନ୍ଦନ ନାୟକ, ରାକେଶ କୁମାର ଜାଲି ଓ ଗୟାଧର ବେହେରା ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

You might also like

Leave A Reply

Your email address will not be published.

three + two =