Odia news portal

ମଧ୍ୟ ନିର୍ବାଚନ ମଣ୍ଡଳୀରେ ମେଲୋଡ଼ୀ କଳାକାର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣୀତ ହେବା ସହ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ କାର୍ଯ୍ୟକୁ ଅନୁସରଣ କରି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆପଲ୍ଲୀ ୱାର୍ଡ଼ ନଂ -୩୯ର ନୂଆସାହୀର ୱାଇ.ଏମ୍.ସି.ଏ ଓ ଶାସ୍ତ୍ରୀନଗରର କମ୍ୟୁନିଟି ହରେ ସମାଜସେବୀ ତଥା ଭୁବନେଶ୍ଵର ସାଂଗଠନିକ ଜିଲ୍ଲା ସମ୍ପାଦକ ମିଲନ୍ କୁମାର ପାଇକରାୟ ଓ ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି ମାନଭଞ୍ଜନ ବେହେରାଙ୍କ ମିଳିତ ସହଯୋଗରେ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ଼ ନିୟମକୁ ସମ୍ମାନ ଜଣାଇ ମେଲୋଡ଼ୀ କଳାକାର, ଶାସ୍ତ୍ରୀନଗର ବସ୍ତ୍ରୀର କିଛି ମା ମାଉସୀ ଓ ନୂଆପଲ୍ଲୀ ୱାର୍ଡ଼ ନଂ-୩୭ ଅଧନରେ ଥିବା ବାଲୁଙ୍କେଶ୍ଵରଙ୍କ ମନ୍ଦିର ପୂଜକ, ୱାର୍ଡ଼ ନଂ- ୩୮ର ଗଣେଷ ମନ୍ଦିର ପୂଜକ ଓ ୱାର୍ଡ଼ ନଂ-୩୯ ଅଧୁନରେ ଥିବା ନୂଆସାହି, ଶାସ୍ତ୍ରୀନଗର ଓ ବାଲିତୋଟା ସାହି ଅଧୁନରେ ଥିବା ସମସ୍ତ ମନ୍ଦିର ପୂଜକ ଭାଇନାଙ୍କୁ ମିଶାଇ ୨୦୦ ଶହରୁ ଉର୍ଦ୍ଧ ସୁଖୁଲା ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଗଲା ।

ସମାଜସେବୀ ଶୁଭେନ୍ଦୁ ନାୟକ, ହିମାଶୁ ଶେଖର ପ୍ରଧାନ, ରାଧାବଲ୍ଲଭ ବରାଳ ଓ ଶୈଳେନ୍ଦ୍ର ପ୍ରସାଦ ରାୟ ପ୍ରମୁଖ କିଛି ଆର୍ଥିକ ସହଯୋଗର ହାତ ବଢ଼ାଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଜ ଚନ୍ଦନ ନାୟକ, ସତ୍ୟବାନ ସାହୁ, ଗୟାଧର ବେହେରା, ରାକେଶ କୁମାର ଜାଲି, ବିଜୁ ଛାତ୍ରଜନତା ଦଳର ଭୁବନେଶ୍ଵର ସାଂଗଠନିକ ଜିଲ୍ଲା ସମ୍ପାଦକ ଶାସ୍ବତ ଲେଙ୍କା, ସୌମ୍ୟରଞ୍ଜନ ସ୍ବାଇଁ, ତାପସ କୁମାର ବେହେରା, ଶୀବପ୍ରସାଦ ସାହୁ ଓ ଶ୍ରୀ ଜଗନ୍ନାଥକଳାକାର ମହାସଂଘର ସଦସ୍ୟ ବିକ୍ରମ ମହାନ୍ତି, ଦିଲ୍ଲୀପ କୁମାର ପାଇକରାୟ ଓ ପରମେଶ୍ବର ବେହେରା ଉପସ୍ଥିତ ରହି ଥିଲେ

You might also like

Leave A Reply

Your email address will not be published.