Odia news portal

ଯୁଗ ବଦଳୁଛି ! ହ୍ୱାଟସ୍‌ଆପ୍‌ରେ ଚାଲୁଛି ଦେହବେପାର, ପୁରା କାମକୁ ୨ ହଜାର, ଅଧାକାମକୁ ୧ ହଜାର ।

ରାଉରକେଲା : ଯୁଗ ବଦଳୁଛି  । ତା’ ସହିତ ବଦଳିବାରେ ଲାଗିଛି ଲୋକଙ୍କ ଚାହିଦା । ଏବେ ୭ରୁ ୭୦ ସଭିଁଙ୍କ ହାତରେ ସ୍ମାର୍ଟ ମୋବାଇଲ ଫୋନ । ଏହି ସ୍ମାର୍ଟ ମୋବାଇଲ ଫୋନକୁ ହାତ ମୁଠାରେ ଧରି ସ୍ମାର୍ଟ ସିଟି ରାଉରକେଲାରେ ଚାଲିଛି ବେଧଡ଼କ ଦେହବେପାର! ଯାହାର ଟେର ସୁଧା ପାଇ ପାରୁନି ରାଉରକେଲା ପୁଲିସ । ଘଟଣା ଯଦି ସତ ହୁଏ ତା ହେଲେ ସଙ୍ଗୀନ ଓ ସାଂଘାତିକ । ରାଉରକେଲାର ଅଧିକାଂଶ ଜିଓ ମୋବାଇଲ ଫୋନ ନମ୍ବର ମଧ୍ୟରାତ୍ରୀ ୧୨ଟାରୁ ଖୋଲା ରହି ରାତି ପ୍ରାୟ ଅଢେଇଟା ପର୍ଯ୍ୟନ୍ତ ବ୍ୟସ୍ତ ରହୁଛି । ଏହା ବୋଧେ କେଉଁ ଗ୍ରାହକ ନିଜ ସମ୍ପର୍କୀୟ ଅବା ବନ୍ଧୁବାନ୍ଧବ ସହିତ ବାର୍ତ୍ତାଳାପ କରିପାରେ, ମାତ୍ର ଆମେ ସେ କଥା କହୁନୁ ।

ଆମେ କହୁଛୁ ହ୍ୱାଟ୍ସଆପ୍‌ର କଥା, ଯାହା ମାଧ୍ୟମରେ ମାଡ଼ି ଚାଲିଛି ଦେହ ବେପାରର ଚେର ! ହ୍ୱାର୍ଟ୍ସସଆପ୍‌ ଜରିଆରେ ରାଣୀ ମହୁମାଛି ଜଣଙ୍କ ରାତି ସାରା ଅନିଦ୍ରା ହୋଇ ଛୋଟ ମହୁମାଛି(ଯୁବତୀ)ମାନଙ୍କୁ ଗ୍ରାହକମାନଙ୍କ ଫଟୋ ଓ ମୋବାଇଲ ନମ୍ବର ପଠାଉଛି । ରାତି ପାହିଲେ ରାଣୀ ମାହୁମାଛି ପଠାଇଥିବା ଗ୍ରାହକ ମାନଙ୍କ ଫଟୋକୁ ନିଜ ମୋବାଇଲରେ ବନ୍ଦୀ କରିଥିବା ଯୁବତୀ ଅବା ମହିଳାମାନେ ଗ୍ରାହକଙ୍କୁ ଫୋନ କରି ସହରର ବିଭିନ୍ନ ଛକ, ପାର୍କ, ମନ୍ଦିର ସ୍ଥଳରେ ଛକି ରହୁଛନ୍ତି । ଗ୍ରାହକ ଜଣଙ୍କ ଠିକଣା ଜାଗାରେ ପହଞ୍ଚିବା ପରେ ହେଉଛି ମୂଲଚାଲ ! ପୁରା କାମକୁ ୨ ହଜାର, ଅଧାକାମକୁ ୧ ହଜାର ।

ତାପରେ ଗ୍ରାହକ ଜଣଙ୍କ କାଳ ବିଳମ୍ବ ନକରି ଯୁବତୀ ଜଣଙ୍କୁ ବାଇକ୍‌ରେ ବସାଇ ଘଟଣାସ୍ଥଳରୁ ଛୁ ମାରୁଛି । ଦେହବେପାର ପାଇଁ   ରାଉରକେଲାର ହୋଟେଲ ଅବା ଲଜ୍‌ ସୁରକ୍ଷିତ ନଥିବାରୁ କିଛି ଘର ମାଲିକଙ୍କୁ ରାଣୀ ମହୁମାଛି ଜଣଙ୍କ ମୋଟା ନଗଦ ଅର୍ଥରେ ପ୍ରଲୋଭିତ କରି ପୁରା ରାତି ଅବା ଘଣ୍ଟାକୁ ଘର ଭଡ଼ା ସୂତ୍ରରେ ଫୋନ ଯୋଗେ ଯୋଗାଯାଗ କରୁଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି । ଏଭଳି ଦେହ କାରବାର ପାଇଁ ରାଣୀ ମହୁମାଛି ପୁଲିସ୍‌ ଦାଉରୁ ରକ୍ଷାପାଇ ଯାଉଥିବା ବେଳେ, ଖାକିକୁ ମାସିକିଆ ବଟି ମଧ୍ୟ ଦବାକୁ ପଡ଼ୁନି! ରାଣୀ ମହୁମାଛିର ଗ୍ରାହକ ତାଲିକାରେ ଅଛନ୍ତି କିଛି କୁଜି ନେତା, ଯନ୍ତ୍ରୀ, ଠିକାଦାର, ଅଣଓଡ଼ିଆ ବ୍ୟବସାୟୀ! ଏହି ରାଣୀ ମହୁମାଛି ଜଣଙ୍କ ସ୍କୁଲ ପଢୁଥିବା ନାବାଳିକା, କଲେଜ ପଢୁଆ ଶିକ୍ଷିତ ଯୁବତୀ ଓ ସ୍ୱାମୀ ପରିତ୍ୟକ୍ତା ମହିଳା ମାନଙ୍କୁ ଅର୍ଥର ପ୍ରଲୋଭନ ଦେଲାପରେ, ନିଜ ଜାଲରେ ଫସାଇ ଦିନକୁ ପ୍ରାୟ ୨୦ ହଜାର ଟଙ୍କାରୁ ଅଧିକ ରୋଜଗାର କରି ନେଉଛନ୍ତି! ଯାହା ବିଶ୍ୱାସ ନ ହେଲେ ବି ସତ । ରାଣୀ ମହୁମାଛି ଜଣଙ୍କ ୫ ବର୍ଷ ପୂର୍ବରୁ ବନ୍ଧମୁଣ୍ଡାରେ ନିଜ କାରବାର ଚଳାଉଥିବା ବେଳେ, ତା’ପରେ ଜାଗା ପରିବର୍ତ୍ତନ କରି ଜଗଦାରେ କିଛି ଦିନ ବେପାର କଲାପରେ ଏବେ, ନିଜ କଳା କାରବାର ଏସିଆର ସର୍ବବୃହତ କଲୋନୀ ଛେଣ୍ଡରେ ଚଳାଉଥିବା ଶୁଣିବାକୁ ମିଳୁଛି । ଅପରପକ୍ଷରେ ଏହି ରାଣୀ ମହୁମାଛିଙ୍କ ହାତରେ କିଛି ଶାସକ ଦଳର ଟାଣୁଆ ନେତା ଥିବାରୁ ତାଙ୍କୁ କେହି ହାତ ମାରି ପାରୁନାହାନ୍ତି ବୋଲି ସହରର ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି  । ଏବେ ଖାଲି ଦେଖିବାକୁ ବାକି ରହିଲା କେବେ ପୁଲିସ ଜାଲରେ ଧରାଦେବେ ମ୍ୟାଡାମ୍‌ ରାଣୀ ମହୁମାଛି ।

You might also like

Leave A Reply

Your email address will not be published.