Odia news portal

୪ ସନ୍ତାନର ମା’କୁ ଧରି ଚମ୍ପଟ ମାରିଥିଲେ ୬୦ ବର୍ଷର ବୁଢ଼ା

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ମଣ୍ଡୁଆ ମୁଣ୍ଡାସାହିରେ ବୁଧବାର ଦେଖିବାକୁ ମିଳିଛି ଏକ ଅଭାନୀୟ ଘଟଣା । ୧୫ ଦିନ ତଳେ ଗାଁର ଜଣେ ୪ ସନ୍ତାନର ମା’କୁ ଧରି ଜଣେ ୬୦ ବର୍ଷର ବୃଦ୍ଧ ଚମ୍ପଟ ମାରିଥିବାବେଳେ ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାକୁ ଆସି ଗ୍ରାମବାସୀଙ୍କ ହାତରେ ଧରାପଡ଼ି ଛେଚା ଖାଇଛନ୍ତି । ବୃଦ୍ଧ ଜଣଙ୍କୁ ଗ୍ରାମବାସୀ ଅଟକ ରଖିଥିବା କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ପୁଲିସ ସେଠାରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।

ସୂଚନା ମୁତାବକ ଉକ୍ତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ପରେ ବୃଦ୍ଧ ଜଣକ ତାଙ୍କୁ ନେଇ କେଉଁଆଡେ ଚାଲି ଯାଇଥିଲେ । କିଛିଦିନ ପରେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ମହିଳାଙ୍କ ସ୍ୱାମୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ବୃଦ୍ଧ ଜଣକ ଗାଁକୁ ଫେରିଥିବାବେଳେ ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ । ମହିଳାଙ୍କୁ କେଉଁଠି ରଖିଛୁ ବୋଲି ପଚାରି ଉତ୍ତମ ମଧ୍ୟମ ଦେଇଥିଲେ । ମହିଳାଙ୍କର ୪ଟି ଛୋଟ ଛୋଟ ଛୁଆ ଅଛନ୍ତି । ବାପା ଆରପାରିରେ । ମା’ ପରହାତ ଧରି ଚାଲିଯାଇଥିବାରୁ ଛୁଆମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ।

You might also like

Leave A Reply

Your email address will not be published.