Odia news portal

ରିୟାନାଙ୍କ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ : ବଲିଉଡରେ କାମ କରୁଥିବା ଓଡ଼ିଆ ଝିଅ ରିୟାନାଙ୍କ ଚମକ ଦେଖୁଛି ମାୟାନଗରୀ ମୁମ୍ବାଇ । ଅଭିନୟ ଓ ମଡେଲିଂରେ ବେଶ୍‌ ଆଗରେ ଥିବା ରିୟାନା ନିଜ ଫିଲ୍ମ ଏବଂ ୱେବ୍‌ସିରିଜ୍‌କୁ ନେଇ ଓଟିଟି ପ୍ଲାଟ୍‌ଫର୍ମରେ ରାଜ୍‌ କରୁଛନ୍ତି । ନିକଟରେ ଓଟିଟି ପ୍ଲାଟ୍‌ଫର୍ମ ଏମ୍‌ଏକ୍ସ ପ୍ଲେୟାରରେ ତାଙ୍କର ଗୋଟିଏ ସିନେମା ଏବଂ ୱେବସିରିଜ୍‌ ଷ୍ଟ୍ରିମିଂ ହୋଇଛି।

ହିନ୍ଦୀ ହରର୍‌ ୱେବ୍‌ସିରିଜ୍‌ ‘ଫ୍ୟାନ୍ସି’ ସହ ତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଏ ଦିଲ୍‌ ତତେ ଦେଲି’ ଷ୍ଟ୍ରିମଂ ହୋଇଛି । ଦୁଇଟି ଯାକକୁ ଭଲ ଦର୍ଶକୀୟ ଆଦୃତି ମିଳିଛି । ଯାହାକୁ ନେଇ ରିୟାନା ଉତ୍ସାହିତ ଅଛନ୍ତି ।

ସେ କହିଛନ୍ତି, ଜାତୀୟସ୍ତରୀୟ ଓଟିଟି ପ୍ଲାଟ୍‌ଫର୍ମରେ ଓଡ଼ିଆ ସିନେମା ଷ୍ଟ୍ରିମିଂ ହେବା ମୋ ପାଇଁ ବହୁତ ଗର୍ବର କଥା । ଖୁସି ଲାଗୁଛି । ବର୍ତ୍ତମାନ କରୋନା କଟକଣା ଲାଗି ସୁଟିଂ ବନ୍ଦ ଥିବାରୁ ଭବିଷ୍ୟତ ଯୋଜନାରେ ବ୍ୟସ୍ତ ଅଛି । ଆଗକୁ ସସ୍‌ପେନ୍ସ ଥ୍ରିଲର୍‌ ୱେବ୍‌ସିରିଜ୍‌ ‘ଦି ଏଣ୍ଡ୍‌’ ଆସୁଛି । ଏହାର ଆଉ ମାତ୍ର ୨୦% ସୁଟିଂ ବାକି ଅଛି । ରିୟାନା ୭ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିଥିବା ବେଳେ ତାଙ୍କର ହିନ୍ଦୀ ହରର୍‌ ସିନେମା ‘ଆଇ ନୋ ୟୁ’ ଗତବର୍ଷ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଷ୍ଟ୍ରିମିଂ ହୋଇଥିଲା ।

You might also like

Leave A Reply

Your email address will not be published.