Odia news portal

୧୭ ବର୍ଷ ପରେ ସୋସିଆଲ ମିଡିଆରେ ଚିହ୍ନିଲେ ପୀଡିତା, କଲେ ଦୁଷ୍କର୍ମ ଅଭିଯୋଗ

ଇନ୍ଦୋର : ଦୁଷ୍କର୍ମର ଶୀକାର ହେବର ଦୀର୍ଘ ୧୭ ବର୍ଷ ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କଲେ ପୀଡିତା। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଇନ୍ଦୋରରେ। ଜଣେ ମହିଳା ଦୁଷ୍କର୍ମର ଶୀକାର ହେବାର ଦୀର୍ଘ ବର୍ଷ ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି କାରଣ ସେ ସେହି ସମୟରେ ଅଭିଯୁକ୍ତଙ୍କ ନାମ ଓ ଠିକଣା ବିଷୟରେ ଅଜ୍ଞାତ ଥିଲେ। ଦୀର୍ଘ ୧୭ ବର୍ଷ ପରେ ପୀଡିତା ମହିଳାଙ୍କୁ ସୋସିଆଲ ମିଡିଆରୁ ଅଭିଯୁକ୍ତଙ୍କ ସମ୍ପର୍କରେ ଜଣା ପଡିଥିଲା। ଏହାପରେ ପୀଡିତା ଇନ୍ଦୋରର ମହିଳା ପୁଲିସ ଥାନାରେ ଅଭିଯୋଗ କରିଛନ୍ତି।

ଏନେଇ ଇନ୍ଦୋର ମହିଳା ପୋଲିସ ଥାନାର ଏସଏଚଓ ଜ୍ୟୋତି ଶର୍ମା କହିଛନ୍ତି ଯେ, ୨୦୨୦ରେ ଫେସବୁକରେ ପୀଡିତା ମହିଳା ଦୁଷ୍କର୍ମୀଙ୍କର ପ୍ରୋଫାଇଲ ଦେଖିଥିଲେ। ଉକ୍ତ ବ୍ୟକ୍ତିଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରୁ ତାଙ୍କର ନାମ, ଠିକଣା ସମ୍ପର୍କରେ ଜଣା ପଡିଥିଲା। ଏହାପରେ ପୀଡିତା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତେବେ ଏହି ସମ୍ପର୍କରେ ପୀଡିତାଙ୍କ ପ୍ରତିକ୍ରିୟା ମିଳି ନାହିଁ।

You might also like

Leave A Reply

Your email address will not be published.