Odia news portal

ଓଡ଼ିଆ ଝିଅ ଅପ୍‌ସରା ରାଣୀ ଏବେ ପୁଣି ଚର୍ଚ୍ଚାରେ

ଭୁବନେଶ୍ୱର : ରାମ୍‌ଗୋପାଳ ବର୍ମାଙ୍କର ଆର୍‌ଜିଭି ବ୍ୟାନରରେ ପ୍ରସ୍ତୁତ ଦୁଇଟି ହିନ୍ଦୀ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରି ଚର୍ଚ୍ଚାରେ ଥିବା ଓଡ଼ିଆ ଝିଅ ଅପ୍‌ସରା ରାଣୀ ଏବେ ପୁଣି ଚର୍ଚ୍ଚାରେ । ତେଲୁଗୁ ସୁପର୍‌ଷ୍ଟାର୍‌ ରବି ତେଜାଙ୍କ ସହ ଚଳଚ୍ଚିତ୍ର ‘କ୍ରାକ୍‌’ରେ ଗୋଟିଏ ଆଇଟମ୍‌ ଗୀତରେ ନାଚି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅପ୍‌ସରା । ଗୀତଟି ସୁପର୍‌ହିଟ୍‌ ହେବା ସହ ଏହାକୁ ୟୁଟ୍ୟୁବ୍‌ରେ ୩ କୋଟିରୁ ଅଧିକ ଦର୍ଶକ ଦେଖିସାରିଲେଣି । ଯାହା ଅପ୍‌ସରାଙ୍କ ପାଇଁ ବହୁତ ବଡ଼ ସଫଳତା ।

ଏହାବାଦ୍‌ ଅପ୍‌ସରାଙ୍କ ଆଉ ଦୁଇଟି ହିନ୍ଦୀ ସିନେମା ମୁକ୍ତିଲାଭ କରିବାକୁ ଯାଉଛି । ଯାହାକୁ ନେଇ ସେ ଉତ୍ସାହିତ ହୋଇପଡ଼ିଛନ୍ତି । ପ୍ରଥମଟି ମାର୍ଚ୍ଚ ୨୬ରେ ରିଲିଜ୍‌ ହେଉଥିବା ଆର୍‌ଜିଭି ବ୍ୟାନର୍‌ ନିର୍ମିତ ଚଳଚ୍ଚିତ୍ର ‘ଡି କମ୍ପାନୀ’ । ଏଥିରେ ମଧ୍ୟ ଅପ୍‌ସରା ଗୋଟିଏ ଗୀତରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ସେହିପରି ତାଙ୍କର ଅନ୍ୟ ଏକ ହିନ୍ଦୀ ଚଳଚ୍ଚିତ୍ର ‘ସିଟି ମାର୍‌’ ଏପ୍ରିଲ ୨ରେ ରିଲିଜ୍‌ ହେଉଛି । ଏକାବେଳେ ଏତେଗୁଡ଼ିଏ ସୁଯୋଗକୁ ନେଇ କେବଳ ଅପ୍‌ସରା ନୁହଁନ୍ତି ବରଂ ତାଙ୍କର ପୂରା ପରିବାର ବହୁତ ଖୁସି । ଅପ୍‌ସରା ବି ଦୁଇଟି ସିନେମାର ସଫଳତାକୁ ନେଇ ଆଶାବାଦୀ ଅଛନ୍ତି ।

You might also like

Leave A Reply

Your email address will not be published.