Odia news portal

୪ ଯୁବକଙ୍କ ସହ ଫେରାର ହୋଇଗଲେ ଯୁବତୀ : ହେଲେ କାହାକୁ ବାହାହେବେ ତାକୁ ନେଇ କନଫ୍ୟୁଜ୍ ..

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଆମ୍ବେଦକର ନଗରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଘଟଣା ଶୁଣି ଆପଣଙ୍କର ବି ମୁଣ୍ଡ ବୁଲେଇବ। ଆମ୍ବେଦକର ନଗରର ଜଣେ ଯୁବତୀ ୪ ଜଣ ଯୁବକଙ୍କ ସହ ଘର ଛାଡି ଫେରାର ହୋଇଗଲେ। ପରେ ସେ ନିଜେ କନଫ୍ୟୁଜ ହୋଇଗଲେ ଯେ ୪ଜଣଙ୍କ ଭିତରୁ ସେ କାହାକୁ ବାହାହେବେ। ଶେଷରେ ଯୁବତୀଙ୍କ ପାଇଁ ବର ବାଛିବାକୁ ପଞ୍ଚାୟତ ବସିଲା ଓ ଟୋକନ ପକାଇ ନିଷ୍ପତ୍ତି ନେବାକୁ ପଡିଲା।

ମାମଲା ଟାଣ୍ଡା ଅଜିମନଗର ଥାନା ଅଞ୍ଚଳର। ଏହି ସମସ୍ୟା ସମାଧାନ ପାଇଁ ପଞ୍ଚାୟତ ବସିଲା। ପଞ୍ଚାୟତରେ ଲଟେରୀ ପକାଇ ନିଷ୍ପତ୍ତି ନିଆଗଲା। ଏହି ୪ ଯୁବକ ୫ ଦିନ ପୂର୍ବରୁ ଯୁବତୀଙ୍କୁ ତାଙ୍କ ଘରୁ ନେଇ ଭଗେଇ ନେଇ ଆସିଥିଲେ। ଦୁଇ ଦିନ ଯାଏଁ ସେମାନେ ଯୁବତୀଙ୍କୁ ନିଜ ସମ୍ପର୍କୀୟଙ୍କ ପାଖରେ ଲୁଚେଇ ରଖିଥିଲେ। ଯୁବତୀଙ୍କ ଘର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ। ଖୋଜାଖୋଜି ପରେ ସେମାନେ ଧରା ପଡ଼ିଥିଲେ।

ଯୁବତୀଙ୍କ ଘରଲୋକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ଯାଉଥିଲେ। କିନ୍ତୁ ଗାଁ ପଞ୍ଚାୟତ ବାହାଘର ପ୍ରସ୍ତାବ ଦେଇଥିଲା। ଯୁବତୀଙ୍କୁ ପଚରା ଯାଇଥିଲା ଯେ କେଉଁ ଯୁବକକୁ ବାହାହେବେ। ଯୁବତୀ ନିର୍ଣ୍ଣୟ କରିପାରିଲେନି ଯେ ସେ କାହାକୁ ବାହାହେବେ। କେଉଁ ଯୁବକ ତାଙ୍କ ପାଇଁ ଠିକ୍ ହେବ ସେ ବାଛି ପାରିଲେନି। ଯୁବତୀ ଏତେ କନଫ୍ୟୁଜ ହେବାରୁ ପଞ୍ଚାୟତରେ ଟୋକନ ପକାଇ ଯୁବତୀଙ୍କ ପାଇଁ ବର ବଛାଗଲା।

ତେବେ ସମସ୍ୟା ସମାଧାନ ଏଠାରେ ହୋଇନଥିଲା। ମାମଲା ଆହୁରି ଗମ୍ଭୀର ହୋଇଗଲା ଯେତେବେଳେ ଯୁବତୀଙ୍କୁ ଫେରାର କରିଥିବା ଯୁବକମାନଙ୍କ ମଧ୍ୟରୁ କେହି ବି ତାଙ୍କୁ ବାହାହେବାକୁ ରାଜି ହୋଇନଥିଲେ। ସମସ୍ୟାର କୌଣସି ସମାଧାନ ନ ବାହାରିବାରୁ ପଞ୍ଚାୟତ ୩ ଦିନ ଯାଏଁ ବନ୍ଦ କୋଠରୀରେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ଯେ କଣ କରାଯିବ। ଅନେକ ଆଲୋଚନା ପରେ ପଞ୍ଚାୟତ ବିଚାର କରିଥିଲା ଯେ ଟୋକନ ପକାଇ ଯୁବତୀଙ୍କ ପାଇଁ ବର ବଛାଯିବ। ଏହା ହିଁ ଏକମାତ୍ର ସମାଧାନ।

୪ ଯୁବକଙ୍କ ନାଁ ଲଟେରୀରେ ଲେଖାଯାଇ ପକାଗଲା। ଏକ ଶିଶୁକୁ ଟୋକନ ଉଠେଇବାକୁ କୁହାଗଲା। ଶିଶୁ ଟୋକନ ଉଠାଇବା ପରେ ୩ ଦିନରୁ ଚାଲିଥିବା ସମସ୍ୟାର ସମାଧାନ ହୋଇଥିଲା। ଯାହା ନାଁ ବାହାରିଲା ତା ସହ ବୁଝାମଣା ହେଲା ଓ ସେହି ଯୁବକ ସହ ଯୁବତୀଙ୍କ ବାହାଘର ହେଲା।

You might also like

Leave A Reply

Your email address will not be published.