Odia news portal

ସଚିବାଳୟ କର୍ମଚାରୀ ଟିମ୍ ଚମ୍ପିୟାନ

ଭୁବନେଶ୍ୱର : ସହୀଦ ଭଗତ ସି° ଯୁବ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ସହୀଦ କପ୍-୨୦୨୧ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ୍ କ୍ଲବକୁ ହରାଇ ସଚିବାଳୟ କର୍ମଚାରୀ ଟିମ୍ ଚମ୍ପିୟାନ ହୋଇଛି।

ରବିବାର ସକାଳ ୮ ଟାରେ ଜୟଦେବ ବିହାର ସ୍ଥିତ ଏନ୍ ୬ ପଡିଆରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଚାରୋଟି ଟିମ ଯଥା ରାଜନେତା, ଅଭିନେତା, ସାମ୍ବାଦିକ ଓ ସଚିବାଳୟ କର୍ମଚାରୀ ଭାଗ ନେଇଥିଲେ। ପ୍ରଥମ ମ୍ୟାଚ ଅଭିନେତା ଓ ସଚିବାଳୟ କର୍ମଚାରୀ ଟିମ୍ ମଧ୍ୟରେ ହୋଇଥିଲା। ଏହାକୁ ରାଜ୍ୟସଭା ସା°ସଦ ମୁନା ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ସଚିବାଳୟ ଟିମ୍ ବିଜୟୀ ହୋଇଥିଲା। ସେହିପରି ଦ୍ବିତୀୟ ମ୍ୟାଚ ରାଜନେତା ଓ ବି ଏମ୍ ଏସ୍ ସି ମଧ୍ୟରେ ହୋଇଥିଲା। ବି ଏମ୍ ଏସ୍ ସି ବିଜୟଲାଭ କରିଥିଲା। ନିର୍ଣ୍ଣାୟକ ମ୍ୟାଚ ସଚିବାଳୟ କର୍ମଚାରୀ ଓ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ସଚିବାଳୟ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮୮ ରନ୍ ସ°ଗ୍ରହ କରିଥିଲା। ଜବାବରେ ବି ଏମ୍ ଏସ୍ ସି ୧୦ ଓଭରରେ ୪ ଓ୍ବିକେଟ ହରାଇ ୭୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ସଚିବାଳୟ କର୍ମଚାରୀ ଟିମ୍ ୧୧ ରନରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା। ଉଦଯାପନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଦିଲ୍ଲୀପ ମହାନ୍ତି ଓ ଜିଲ୍ଲା ସଭାପତି ବାବୁ ସି° ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

ସହୀଦ ଭଗତ ସିଂ ଙ୍କ ଚିନ୍ତାଧାରା ରେ ଅନୁପ୍ରାଣିତ ହୋଇ ଭାଇଚାରା ର ବାର୍ତା ନେଇ ପରିଷଦ ର ସଦସ୍ୟ ମାନେ ଏହି ଟୁଣ୍ଣାମେଂଟ ଟିକୁ ଆୟୋଜନ କରିଥିଲେ ଏବଂ ଆଗାମୀ ଦିନରେ ଏହି ଟୁଣ୍ଣାମେଂଟ କୁ ବୃହତ ଆକାର ରେ କରିବା ପାଈଁ ପରିଷଦ ର ସମ୍ପାଦକ ସ୍ଵପ୍ନେନ୍ଦୁ ମହାନ୍ତି କହିଥିଲେ। ଏହି ଟୁଣ୍ଣାମେଂଟ ଟିକୁ ପରିଷଦ ର ସଭାପତି ରଶ୍ମିରଞ୍ଜନ କାନୁନଗୋ, ସମ୍ପାଦକ ସ୍ଵପ୍ନେନ୍ଦୁ ମହାନ୍ତି , ଶେଖ ମୁସ୍ତାଫା, ସୁବ୍ରତ ରଥ, ଅଞ୍ଜନ ନାଥ, ପ୍ରଶାନ୍ତ ହରିଚନ୍ଦନ, ଆଲୋକ ନନ୍ଦ, ଦିବ୍ୟଜ୍ୟୋତି କର, ପ୍ରମୁଖ ସୁଚାରୁ ରୁପେ ଆୟୋଜନ କରିଥିଲେ।

You might also like

Leave A Reply

Your email address will not be published.