Odia news portal

ପ୍ରଥମ ଥର ପାଇଁ ଓଡ଼ିଶାରେ ହୁଇଲ୍ ଚ୍ୟାର୍ ଟେନିସ୍

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଓଡ଼ିଶାରେ ହୁଇଲ୍ ଚ୍ୟାର୍ ଟେନିସ। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଆସନ୍ତା ୧୯ ତାରିଖ ଠାରୁ ତିନି ଦିନିଆ ହୁଇଲ୍ ଚ୍ୟାର୍ ଟେନିସ୍ କର୍ମଶାଳା ଆୟୋଜିତ ହେବାକୁ ଯାଉଛି। ଯେଉଁଥିରେ ରାଜ୍ୟର ପାଖାପାଖି ୨୦ ଜଣ ପ୍ରତିଯୋଗୀ ଭାଗନେବେ। ଇଣ୍ଡିଆନ ହୁଇଲ୍ ଚ୍ୟାର୍ ଟେନିସ ଟୁର୍ (IWTT) ସହଯୋଗରେ ଗୁରୁକୁଳ ଟେନିସ୍ ରିସୋର୍ଟରେ ଚକେଲେଟ୍ ଗ୍ରୁପ ଦ୍ୱାରା ୩ ଦିନିଆ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି।

ଏହି କର୍ମଶାଳା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୧ ତାରିଖରେ ଏହି ହୁଇଲ୍ ଚ୍ୟାର୍ ଟେନିସ୍ କର୍ମଶାଳା ଉଦଯାପିତ ହେବାକୁ ଥିବା ବେଳେ ଆଗମୀ ଏକ ବର୍ଷ ଯାଏଁ କିନ୍ତୁ ଏହି ଗୁରୁକୁଳ ଟେନିସ୍ ରିସୋର୍ଟରେ ହୁଇଲ୍ ଚ୍ୟାର୍ ଟେନିସ୍ ଟ୍ରେନିଂ କ୍ୟାମ୍ପ ଜାରି ରହିବ। ଏହି ପରିପେଖିରେ ଆଜି ଇଣ୍ଡିଆନ ହୁଇଲ୍ ଚ୍ୟାର୍ ଟେନିସ ଟୁର୍ (IWTT) ଓ ଚକଲେଟ୍ ଗ୍ରୁପ ଦ୍ୱାରା ଏକ ‘MOA’ ସ୍ୱାକ୍ଷର ମଧ୍ୟ ହୋଇଛି। ଏହାସହ ଏହି ଅବସରରେ ଜର୍ଶୀ ଉନ୍ମୋଚନ ମଧ୍ୟ ହୋଇଛି। ଇଣ୍ଡିଆନ ହୁଇଲ୍ ଚ୍ୟାର୍ ଟେନିସ ଟୁର୍ ଓ ଚକଲେଟ୍ ଗ୍ରୁପ’ର ଏହି ଉଦ୍ୟମ ଭିନ୍ନକ୍ଷମ ଟେନିସ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ଓ ଆଗକୁ ବଢିବା ସହ ଏଥିରେ କ୍ୟାରିୟର କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

ଆଜିର ପ୍ରେସମିଟରେ ଇଣ୍ଡିଆନ ହୁଇଲ୍ ଚ୍ୟାର୍ ଟେନିସ ଟୁର’ର (IWTT) ଚ୍ୟାରମ୍ୟାନ୍ ସୁନିଲ ଜେନ୍, ପ୍ରୋଜେକ୍ଟ ହେଡ୍ ବିଜୟ ସୂର୍ଯ୍ୟନାରାୟଣ ଓ ଇନଷ୍ଟ୍ରକ୍ଟର୍ ଏଚ୍ ମଧୁସଦନଙ୍କ ସହ ଚେକଲେଟ୍ ଗ୍ରୁପର ଫାଉଣ୍ଡର ଚିନ୍ମୟ ପ୍ରଧାନ ଉପସ୍ଥିତ ରହିଥିଲେ।

You might also like

Leave A Reply

Your email address will not be published.