Odia news portal

ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟିର ଦୁଇଟି ବ୍ଲକ୍ କଂଗ୍ରେସର କର୍ମୀ ସମ୍ମିଳନୀ

ଭୁବନେଶ୍ୱର : ଗୁରୁବାର ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ଆନୁକୁଲ୍ୟରେ ଦୁଇଟି ବ୍ଲକ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ପୂର୍ବାହ୍ନାରେ ୟୁନିଟ୍-୮ର ତାରିଣୀ ମନ୍ଦିର ପ୍ରାଙ୍ଗଣରେ ବ୍ଲକ୍ ନଂ-୪ର ଅନବର ଖାଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ରସୁଲଗଡ଼ ଶିଳ୍ପାଞ୍ଚଳର ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ବ୍ଲକ୍ ନଂ-୬ର କର୍ମୀ ସମ୍ମିଳନୀ ଶ୍ରୀଧର ବଳିୟାରସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଆଗମୀ ଦିନରେ ଘରକୁ ଘର ବୁଲି ବି.ଏମ୍.ସି.ର ମନମୁଖୀ ହୋଲଡିଂ ଟ୍ୟାକ୍ସ ଆଦାୟର ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ବି.ଏମ୍.ସି. ସମ୍ମୁଖରେ ଏକ ବିରାଟ ପ୍ରତିବାଦ ସଭା ଆୟୋଜନ କରାଯିବାର ନିଷ୍ପତ୍ତି ନିଆଯାଇଛି ଓ ୱାର୍ଡ ସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆଲୋଚନା ହୋଇଥିଲା ।

ଏଥିରେ ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, ପ୍ରଭାରି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଜାନକୀବଲ୍ଲଭ ପଟ୍ଟନାୟକ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନବାଜ, ରାଜୀବ ପଟ୍ଟନାୟକ, ଜୟକୃଷ୍ଣ ସୁବୁଦ୍ଧି, ଅଶୋକ ଦାସ, ଅକ୍ଷୟ ଦାସ, ସରୋଜ କୁମାର ସାମନ୍ତରାୟ, ଯଶୋବନ୍ତ ଛୋଟରାୟ, ବିକାଶ ରାଉତ, ଦୀପକ ଜେନା ଓ ଦୀପୁ ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

You might also like

Leave A Reply

Your email address will not be published.