Odia news portal

ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ବିଡିଏ କଲୋନୀ ବାସୀଙ୍କ ବିକ୍ଷୋଭ

ଭୁବନେଶ୍ୱର,(ଚକ୍ରଧର ମାଝି) : ବିଡିଏ କଲୋନୀରୁ ନାଲକୋ ଛକ- ରେଲୱେ କଲୋନୀ ରାସ୍ତାକୁ ସଂଯୋଗ କରୁଥିବା ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଅଜି ବିଡିଏ କଲୋନୀ ବାସିନ୍ଦାମାନେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ୧୫ ଦିନ ମଧ୍ୟରେ ହେମଲତା ହସ୍ପିଟାଲ ରାସ୍ତା ଓ ଫାଟକ ଖୋଲା ନହେଲେ ଆଗକୁ ବିଶାଳ ଆନ୍ଦୋଳନ କରିବା ସହିତ ନନ୍ଦନକାନ ଜୟଦେବ ବିହାର ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।

ଆଜି ୧୩ ନମ୍ବର ୱାର୍ଡ କର୍ପୋରେଟର ଇତିଶ୍ରୀ ଦାସ ଓ ଯୁବ ସମାଜସେବୀ ଅଶୋକ ବେହେରାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ବିଡିଏ କଲୋନୀ ବାସିନ୍ଦା ଏକତ୍ରିତ ହୋଇ ହେମଲତା ହସ୍ପିଟାଲର ବନ୍ଦ ରହିଥିବା ପଛପଟ ଗେଟ୍ ସମ୍ମୁଖରେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଲୋନୀ ବାସିନ୍ଦାଙ୍କ କହିବା ଅନୁସାରେ ପର୍ବରୁ ଏଠାରେ ସରକାରୀ ରାସ୍ତା ଥିଲା । ଏହି ରାସ୍ତା ଦେଇ ଆମ୍ଭେମାନେ ଯିବା ଅସିବା କରୁଥିଲୁ ।

୨୦୧୪ ମସିହାରେ ଏଠାରେ ଖାଲି ପଡିଥିବା ଜମିକୁ ଏକ ଘରୋଇ ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ହସ୍ତାନ୍ତର କରିଥିଲେ । ଉକ୍ତ ହସ୍ପିଟାଲ ନିର୍ମାଣ ପରେ ମଧ୍ୟ ଆମ୍ଭେମାନେ ଯାତାୟତ କରୁଥିଲୁ । କିନ୍ତୁ ହସ୍ପିଟାଲ ପକ୍ଷରୁ ଚଞ୍ଚକତା କରାଯାଇ ଏକ ଗେଟ ନିର୍ମାଣ କରି ଜବରଦଖଲ କରାଯିବା ସହିତ ରାସ୍ତାକୁ ବନ୍ଦ କରି ଦିଆଗଲା । କଲୋନୀ ବାସିନ୍ଦା ମିଶି ଏକାର ପ୍ରତିବାଦ କରିଥିଲୁ । ସେହିଦିନ ଠାରୁ ଦୀର୍ଘବର୍ଷ ହେବ ସମସ୍ତ ସରକାରୀ ଦପ୍ତରରେ ଅଭିଯୋଗ କରି ଆସୁଛୁ । ନା କେହି ଶୁଣୁଛନ୍ତି ନା ରାସ୍ତା ଖୋଲା ଯାଉଛି । କଲୋନୀ ଭିତରୁ ସହରକୁ ଯିବା ପାଇଁ ତିନି କିଲୋମିଟର ରାସ୍ତା ବୁଲିବାକୁ ପଡୁଛି । ରୋଗୀ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମ୍ଭେମାନେ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରୁଛୁ ଏହି ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ସହିତ ତୁରନ୍ତ ଖୋଲାଯାଉ ।

୧୫ ଦିନ ଭିତରେ ସରକାର ଯଦି ଏହାର ବିଚାର ନ କରନ୍ତି ତାହେଲେ ବାଧ୍ୟ ହୋଇ ଆମ୍ଭେମାନେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କର୍ପୋରେଟର ଇତିଶ୍ରୀ, ଦାସ, ଯୁବ ସମାଜସେବୀ ଅଶୋକ ବେହେରା, ବରି କର୍ମଚାରୀ ନେତା ପ୍ରଭାତ ମହାନ୍ତି, ମୃତ୍ୟୁଞ୍ଜୟ ଦାସ, ଆଇନଜୀବୀ ସଞ୍ଜୟ ପଣ୍ଡାଙ୍କ ସମେତ ବିଦିଏ କଲୋନୀର ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ଓ କଲୋନୀ ବାସିନ୍ଦାମାନେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

You might also like
Leave A Reply

Your email address will not be published.