Odia news portal

ଦୁର୍ଗାପୂଜା ଭସାଣିକୁ ସରସ ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱର ଭସାଣି କମିଟିର ପ୍ରସ୍ତୁତି ବୈଠକ ପଟିଆ ସ୍ଥିତ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଭସାଣି କମିଟିରର ସଭାପତି କିଶୋର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଉତ୍ତରର ଭାଇଚାରା ବଜାୟ ରଖିବା ସହିତ ଶାନ୍ତି ଶୃଙ୍ଖଳାରେ ଭସାଣି ଉତ୍ସବ ପାଳନ କରି ମା’ଙ୍କୁ ମେଲାଣି ଦେବା ପାଇଁ କହିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜୋନ ୬ ଏସିପି ରମେଶ ବିଶୋଇ, ଡ. ମଧୁମାଧବ ଜେନା, ସମ୍ପାଦକ ସନ୍ତୋଷ ମହାନ୍ତି, ଉପଦେଷ୍ଟା ସୁରେଶ ରଥ ଓ ଗଜି ଜେନା, ସୁବାସ ପାତ୍ର, ପ୍ରୀତିନନ୍ଦା ରାଉତରାୟ, ଇମ୍ଫୋସିଟି ଆଇଆଇସି ମହେନ୍ଦ୍ର କୁମାର ସାହୁ, ନନ୍ଦନକାନନ ଆଇଆଇସି ସମିତା ମିଶ୍ର, ଚନ୍ଦ୍ରଶେଖରପୁର ଆଇଆଇସିଙ୍କ ପ୍ରତିନିଧି ଭାବେ ଏସ ଆଇ ଦେବ ସାମନ୍ତରାୟ ପ୍ରମୁଖ ଯୋଗଦାନ କରିଥିଲେ । ବିଶିଷ୍ଠ ଆଇନଜୀବୀ ସମରେନ୍ଦ୍ର ସାହୁ ସଂଯୋଜନା କରିଥିଲା ବେଳେ ମିହିର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ଚଳିତବର୍ଷ ଦୁର୍ଗାପୂଜା ଭସାଣିକୁ ସରସ ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପୂଜା କମିଟିର କର୍ମର୍କାମାନେ ଯୋଗଦାନ କରିଥିଲେ ।

You might also like
Leave A Reply

Your email address will not be published.