Odia news portal

ଉଇନର ଆସୋସିଏସନ ତରଫରୁ ଗୁରୁଦିବସ ପାଳନ

“ଗୁରୁ ଯେ ପରମ ପିତା ଚିର ସୁନ୍ଦର
ଆକାଶ ଠାରୁ ବିଶାଳ ସାଗରଠୁ ଗଭୀର”

ଭୁବନେଶ୍ୱର : ଗୁରୁ ଆଉ ରାସ୍ତା ଦୁଇ ଜଣ ଏକା ପରି, ନିଜେ ଗୋଟିଏ ଜାଗାରେ ରହନ୍ତି, କିନ୍ତୁ ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାନ୍ତି । ବଡ ଭାଇ ମାନଙ୍କ ଉପସ୍ଥିତିରେ ଉଇନର ଆସୋସିଏସନର ସଦସ୍ୟ ମାନେ ଆଜି ଗୁରୁଦିବସ ପାଳନ କରିଥିଲେ ।

ସମସ୍ତଙ୍କ ମତ୍ତ ଅନୁଯାଇ ଗୁରୁ ନିନ୍ଦା କରିବା ନାହିଁ, ଗୁରୁ ଯାହା ଉପଦେଶ ଦେବେ ତାହା ତୁମ ପାଇଁ ଗ୍ରହଣୀୟ ନ ହୋଇ ପାରେ କିନ୍ତୁ ତୁମ ପାଇଁ ଯାହା ଭଲ ହେବ ସେ କହିବେ । ଅନ୍ୟର କାର୍ଯ୍ୟ କରିବାର ଦକ୍ଷତା ଦେଖି ତାଙ୍କୁ ପ୍ରସଂଶା କରିବା ପାଇଁ ସାହସ ଦରକାର, ଶିଖିବାର ଇଚ୍ଛା ମନ ଭିତରେ ରଖିବା ଦରକାର, ମତ୍ତ ଅନ୍ତର ରହୁ କିନ୍ତୁ ମନ ଅନ୍ତର ନ ହେଉ, ବଡ ଭାଇ ମାନେ ସାନ ଭାଇ ମାନଙ୍କୁ ଆଶୀର୍ବାଦ କରିଥିଲେ ପରେ ପରେ କେକ କଟା ଯାଇ ଥିଲା, ସମସ୍ତେ ସମସ୍ତଙ୍କୁ ଶ୍ରଦ୍ଧାର ସହ କେକ ଖୁଆଇ ଥିଲେ ।

ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ, ଗୁରୁ ମା ଓ ଜ୍ଞାନ ଦାନ ସହିତ ସଂଶ୍ଳିଷ୍ଟ ଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଉଇନର ଆସୋସିଏସନ ଶହୀଦ ନଗର

You might also like
Leave A Reply

Your email address will not be published.