Odia news portal

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳୁରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲା ଭଞ୍ଜ ସେନା

ଭୁବନେଶ୍ବର : ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ଓ ବିଶ୍ବବିଦ୍ୟାଳୟର ବହୁବିଧ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଛି ‘ଭଞ୍ଜ ସେନା’। ଏହି ଦାବି ଗୁଡ଼ିକ ହେଲା, ବିଶ୍ୱବିଦ୍ୟାଳୟ ରେ ସର୍ବମୋଟ ୧୮ଟି ଶିକ୍ଷା ବିଭାଗ ରହିଛି ଆଉ ଏହିସବୁ ବିଭାଗର ୪୨ଟି ଶିକ୍ଷକ ପଦବୀ ଥିବାବେଳେ ବାକି ୫୬ଟି ଶିକ୍ଷକ ପଦବି ଖାଲିପଡ଼ିଛି। ଏଣୁ ଯଥାଶୀଘ୍ର ଖାଲି ଥିବା ପଦବୀ ଗୁଡ଼ିକ ପୂରଣ କରାଯାଉ। ସେହିପରି ବିଶ୍ୱବିଦ୍ୟାଳୟରେ ପ୍ରଶାସନିକ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ପାଇଁ ଅତିକମରେ ୫୦ଜଣ ନୂତନ ଅଣଶିକ୍ଷକ ପଦବୀ ସୃଷ୍ଟି କରାଯାଉ। ଯେତିକି ଏମ୍ଏସ୍‌ୟୁବି କ୍ୟାମ୍ପସ ରୁ ଡିଡି ବିଶ୍ୱବିଦ୍ୟାଳୟକୁ ଯାଇଛି, ସେଗୁଡିକୁ ବାରିପଦା ସ୍ଥିତ କ୍ୟାମ୍ପସରେ ମଧ୍ୟ ଖୋଲାଯାଉ।

ଏଥିସହ ଏମ୍‌ଏସ୍‌ବିୟୁ କ୍ୟାମ୍ପସରୁ ସେତେବେଳେ ଭିତ୍ତିଭୂମି ସଜାଡ଼ିବା ପାଇଁ କେନ୍ଦୁଝର ଦ୍ଵିତୀୟ କ୍ୟାମ୍ପସରେ ଖର୍ଚ୍ଚ ହୋଇଥିବା ୭୦କୋଟି ଟଙ୍କାକୁ ସରକାର ବର୍ତ୍ତମାନ ବାରିପଦା ସ୍ଥିତ କ୍ୟାମ୍ପସରେ ଭରଣା କରାଯାଉ। ନାକ ଟିମ ଦ୍ୱାରା ଏମ୍‌ଏସ୍‌ୟୁବି କ୍ୟାମ୍ପସ ‘ଏ’ ଗ୍ରେଡ଼ ପାଇଥିବା ସତ୍ବେ ଦୂର ଓ ନିରନ୍ତର ଶିକ୍ଷା ପାଇଁ ସ୍ଥାୟୀ ଶିକ୍ଷକ ପଦବୀ ନ ଥିବାରୁ ନାମ ଲେଖା ପାଇଁ ଅନୁମତି ମିଳିପାରୁନାହିଁ। ମୟୁରଭଞ୍ଜର ଆଦିମ ଜନଜାତି ଯେମିତି ମାଙ୍କଡ଼ିଆ, ଖଡିଆ, ବାଥୁଡି ଏସବୁଙ୍କୁ ଶିକ୍ଷକ୍ଷେତ୍ରରେ ବିଶେଷ ସାହାଯ୍ୟ କରିବା ପାଇଁ ବିଶ୍ଵବିଦ୍ୟାଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରେ ଅନ ଗ୍ରୀଡ଼ ସୋଲାର ଲାଇଟ ବ୍ୟବସ୍ଥା କରାଯାଉ।

ମୟୂରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲା ଏବଂ ଏହାର ବାସିନ୍ଦାଙ୍କ ଉଚ୍ଚଶିକ୍ଷା ପାଇଁ ଏକମାତ୍ର ବିଶ୍ଵବିଦ୍ୟାଳୟ ରେ ଶିକ୍ଷା ଦାନ ବ୍ୟବସ୍ଥାର ସୁଧାର ଆଣିବା ନିମନ୍ତେ ଉପର ଲିଖିତ ସମସ୍ୟା ର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବାପାଇଁ ଆଜି ଭୁବନେଶ୍ୱରସ୍ଥିତ ରାଜଭବନରେ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ସେନା ତରଫରୁ କଳିଙ୍ଗ କେଶରୀ ଜେନାଙ୍କ ସମେତ ଏକାଧିକ କର୍ମକର୍ତ୍ତା ଅନୁରୋଧ କରିଛନ୍ତି। ଯଥାଶୀଘ୍ର ରାଜ୍ୟପାଳ ଏ ବିବାଦର ସମାଧାନ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଭଞ୍ଜ ସେନା ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି।

You might also like
Leave A Reply

Your email address will not be published.