Odia news portal

ଇନ୍ଦ୍ରଧନୁ ମାର୍କେଟରେ ଖୋଲିଲା ଚାନ୍ଦି ଭଣ୍ଡାର

ବ୍ୟାପକ ରେଞ୍ଜ୍ ରୁପା ସାମଗ୍ରୀ ଗଢ଼ା ମୂଲ୍ୟରେ ଫ୍ଲାଟ୍ ୨୦% ରିହାତ

ଭୁବନେଶ୍ୱର : ସ୍ଥାନୀୟ ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଖୋଲିଯାଇଛି ଚାନ୍ଦି ଭଣ୍ଡାରର ସର୍ବବୃହତ୍ ଶୋ’ରୁମ୍। ଓଡ଼ିଶାର ଅଗ୍ରଣୀ ତଥା ଏକ୍ସକ୍ୟୁସିଭ୍ ରୁପା ଗହଣା ଚେନ୍ ଚାନ୍ଦି ଭଣ୍ଡାର ରୁପା କାରିଗରୀରେ ଏହାର ଉତ୍କର୍ଷତା ବଜାୟ ରଖିଛି। ଚଳିତ ଗଣେଷ ଚତୁର୍ଥୀ ଅବସରରେ ଏହା ଭୁବନେଶ୍ଵରରେ ଏହାର ଷଷ୍ଠ ଷ୍ଟୋର ଉଦ୍‌ଘାଟନ କରିଛି ।‌ଏକ ଅନନ୍ୟ ଆକର୍ଷଣ ଏବଂ ଆମନ୍ତ୍ରଣକାରୀ ବାତାବରଣ ସହିତ ନୂଆ ଶୋ’ରୁମ୍‌କୁ ଛିଡ଼ା କରିଛି ଚାନ୍ଦି ଭଣ୍ଡାର। ଷ୍ଟୋରରେ ପ୍ରତି ଅବସରକୁ ଅନନ୍ୟ କରିବା ଲାଗି ଅତି ଯତ୍ନର ସହ ପ୍ରସ୍ତୁତ ଅତ୍ୟାଧୁନିକ ସମ୍ଭାର ଉପଲବ୍ଧ କରାଯାଇଛି। ସୂକ୍ଷ୍ମ ଭାବେ ପ୍ରସ୍ତୁତ ବାସନକୁସନ ହେଉ କିମ୍ବା ଅତି ସୁନ୍ଦର ଡିନର୍‌ୱେର ଅବା ଷ୍ଟାଇଲିସ୍ଆ ସେସରିଜ୍, ଷ୍ଟୋରରେ ଉପଲବ୍ଧ ବ୍ୟାପକ ସିଲଭର ଆଇଟମ୍ ପାର୍ବଣ ସେଲିବ୍ରେଶନ୍‌କୁ ବଢ଼ାଇବ।

ନୂଆ ଷ୍ଟୋର ଉଦ୍‌ଘାଟନ ଅବସରରେ ଚାନ୍ଦି ଭଣ୍ଡାର ବ୍ୟାପକ ରେଞ୍ଜ୍ ରୁପା ସାମଗ୍ରୀର ଗଢ଼ା ମୂଲ୍ୟରେ ଫ୍ଲାଟ୍ ୨୦% ରିହାତି ପ୍ରଦାନ କରୁଛି। ଏ ଅଫର ସେପ୍ଟେମ୍ବର ୧୩ ଯାଏ ଚାଲିବ। ନୂତନ ଷ୍ଟୋରରେ ରୁପାର ଅପୂର୍ବ ସୌନ୍ଦର୍ଯ୍ୟକୁ ଅନୁଭବ କରିବା ପାଇଁ ଗ୍ରାହକଙ୍କୁ ଆମନ୍ତ୍ରଣ କରିଛି ଚାନ୍ଦି ଭଣ୍ଡାର। ଏ ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କୁହନ୍ତି, ନୟାପଲ୍ଲୀକୁ ସମ୍ପ୍ରସାରଣ ହେଉଛି ଆମର ବହୁମୂଲ୍ୟବାନ ଗ୍ରାହକଙ୍କ ନିକଟକୁ ଗୁଣବତ୍ତାଯୁକ୍ତ ରୁପା ସାମଗ୍ରୀ ପହଞ୍ଚାଇବା ପାଇଁ ଆମ ପ୍ରତିବଦ୍ଧତା। ନୟାପଲ୍ଲୀବାସୀଙ୍କ ସେବାରେ ଏହି ଷ୍ଟୋର ଉତ୍ସର୍ଗୀକୃତ। ଗ୍ରାହକଙ୍କୁ ଏକ ସ୍ମରଣୀୟ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ଆମେ ଅଙ୍ଗୀକାରବଦ୍ଧ। ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରାଜ୍ୟର ଏକ ଏକ୍ସକୁସିଭ୍ ରୁପା ଚେନ୍ ଷ୍ଟୋର । ୨୦୧୩ରେ ଏକ ସ୍ବତନ୍ତ୍ର ସିଲଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା।

ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ରାଜ୍ୟରେ ୧୫ରେ ପହଞ୍ଚିଛି। ଭୁବନେଶ୍ୱରର ସହିଦ ନଗର, ପଟିଆ, ଜନପଥ, ସୌଭାଗ୍ୟନଗର, ରସୁଲଗଡ଼ ଓ ନୟାପଲ୍ଲୀ, ରାଉରକେଲା, ଅନୁଗୁଳ, କଟକର କ୍ୟାଣ୍ଟନ୍‌ମେଣ୍ଟ ରୋଡ୍ ଏବଂ ସିଡିଏ, ବାଲେଶ୍ଵର, ଯାଜପୁର, ବ୍ରହ୍ମପୁର, ଢେଙ୍କାନାଳ ଏବଂ ତାଳଚେରରେ ଏହି ଷ୍ଟୋରଗୁଡ଼ିକ ରହିଛି। ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ଲିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍‌ମାର୍କଯୁକ୍ତ ଓ କ୍ଵାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି ।

You might also like
Leave A Reply

Your email address will not be published.