Odia news portal

ଡ଼: ନାରାୟଣ ମହାପାତ୍ରଙ୍କୁ ମଦର ଟେରେସା ସେବା ରତ୍ନ ସମ୍ମାନ

ଭୁବନେଶ୍ୱର: ଶାନ୍ତି ଫାଉଣ୍ଡେସନ ଉତ୍ତର ପ୍ରଦେଶ ଟିମ ପକ୍ଷରୁ ଭାରତ ରତ୍ନ ମଦର ଟେରେସାଙ୍କ ୧୧୪ତମ ଜୟନ୍ତୀ ଅବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କୁ “ସମ୍ମାନ ସୂଚକ ମଦର ଟେରେସା ସେବା ରତ୍ନ ଆୱାର୍ଡ ୨୦୨୪” ରେ ସମ୍ଵର୍ଦ୍ଧିତ କରିଛନ୍ତି ।

ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ବରିଷ୍ଠ ନାଗରିକଙ୍କ ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ କିଛି ସମୟ ସେମାନଙ୍କ ସଙ୍ଗେ ରହି ଜନ୍ମ ଦିନ, ବିଭାହ ବାର୍ଷିକ ଉତ୍ସବ ପାଳନ କରୁ ଥିବାରୁ ଏହି ସମ୍ମାନ ପ୍ରଦାନ କରଯାଇଛି । ଏହାର ଉଦ୍ଦେଶ୍ୟ ଯେ ପ୍ରଭୁଙ୍କ କୃପାରୁ ସେମାନେ ଭଲ ରୁହନ୍ତୁ ଓ କିଛି ସମୟ ଆମେ ସମସ୍ତେ ମିଶି ଖୁସୀ ହେଉ । ଟ୍ରଷ୍ଟ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ ଓ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇ ଥାଏ ।

ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ରଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନସୂଚକ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି । ଏହା ଆମର ସେବା କାର୍ଯ୍ୟକୁ ପ୍ରେରଣା ଦେବା ସହ ଅନୁଷ୍ଠାନକୁ ଆହୁରି ଆଗେଇ ନେବାକୁ ସାହାଯ୍ୟ କରିବ ।

You might also like
Leave A Reply

Your email address will not be published.