Odia news portal

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ

ଭୁବନେଶ୍ୱର : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପରମ୍ପରା ଅନୁଯାଇ ପୂଜା କରାଯାଇ ଥିଲା । ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ତ୍ରିଲୋଚନ ନାୟକ, ଅକ୍ଷୟ କୁମାର ସାହୁ, ବଂଶୀଧର ନାୟକ, ତନ୍ମୟ ଜେନା ଅନ୍ୟାନ୍ୟ ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତରେ ପୂଜା କରାଯାଇ ଥିଲା ।

ଶ୍ରୀ କୃଷ୍ଣଙ୍କ ଜନ୍ମ ସମ୍ବଦ୍ଧିୟ ଅଧ୍ୟାୟ ପଢ଼ାଯାଇ ପୂଜା ଓ ଆଳତି କରାଯାଉ ଥିଲା ‌ ଏହି ଶ୍ରକୃଷ୍ଣ ଜନ୍ମାଷ୍ଟମୀ ପୂଜାରେ ଓଡିଶାର ପାରମ୍ପରିକ ପିଠା ମଣ୍ଡା, କାକରା, ଲଡ଼ୁ ପୁରୀ ଡାଲମା ଓ ଖିରି ଭୋଗ କରାଯାଇ ଥିଲା । ଏହି ଅବସରରେ ସମସ୍ତେ ପୁଷ୍ପାଞ୍ଜଳି ଦେଇ ଥିଲେ, ଓଡିଶାର ସଂସ୍କୃତିକୁ ଅକ୍ଷୁର୍ଣ ରଖିବାକୁ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ସର୍ବଦା ଚେଷ୍ଟା କରାଯାଇ । ଅନ୍ୟମାନଙ୍କୁ ଏହା କରିବାକୁ ଅନୁରୋଧ କରାଯାଇ ଥାଏ, ପରେ ପରେ ସମସ୍ତେ ମିଳି ମିଶି ପ୍ରସାଦ ସେବନ କରିଥିଲେ ।

ପବିତ୍ର ଜନ୍ମାଷ୍ଟମୀ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଶୁଭେଚ୍ଛା ଓ ଶୁଭକାମନା

ଅବତାରୀ ଯୁଗପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା, ଧର୍ମ ସଂସ୍ଥାପନା ଓ ବିଧର୍ମୀ ପାପୀ ମାନଙ୍କ ବିନାସ ପାଇଁ ପଦକ୍ଷେପ ସମସ୍ତ ପାଇଁ ଉଦାହରଣ ଓ ଅନ୍ତଃକରଣର ମାଧ୍ୟମ ହେଉ।

ଜୟ ଶ୍ରୀକ୍ରିଷ୍ଣା,
ଜୟ ଜଗନ୍ନାଥ

(ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି, ଓଡିଶା)

You might also like
Leave A Reply

Your email address will not be published.