Odia news portal

ନାଟକ ପୁସ୍ତକ ଉନ୍ମୋଚନ ଉତ୍ସବ

ଭୁବନେଶ୍ୱର : ରାଜଧାନୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମା ଦୁର୍ଗାଦେବୀ ଡ୍ରାମାଟିକ୍ଲବ ପକ୍ଷରୁ ଚଳିତବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନାଟକ ପୁସ୍ତକ ଉନ୍ମୋଚନ ଉତ୍ସବ ଗାଡକଣ ଠାରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନୀତ ଅତିଥି ଭାବେ ୯ ନଂ ୱାର୍ଡ କର୍ପୋରେଟର ସୁଷମା ସାହୁଙ୍କ ପ୍ରତିନିଧି ସବ୍ୟସାଚୀ ସାହୁ, ୧୨ ନଂ କର୍ପୋରେଟର ଜୟନ୍ତୀ ସାହୁ, ଗ୍ରାମର ବରି ନାଗରିକ ନରେନ୍ଦ୍ର ଦାସ, କିଶୋର ଜେନା, କ୍ଲବର ସଭାପତି ସରୋଜ ଜେନା, ସମ୍ପାଦକ ନନ୍ଦକିଶୋର ସାହୁ, ପରିଚାଳକ କିଶୋର ପାତ୍ର, ନିର୍ଦ୍ଦେଶକ ହୃଷିକେଶ ସାହୁ ପ୍ରମୁଖ ଯୋଗଦେଇ ନାଟକ ପୁସ୍ତକ ଆଖିର ଜନମ କାନ୍ଦିବା ପାଇଁ ଓ ଜୀବନଟା ମାଟି ଭଙ୍ଗା ସିଲଟ ଉନ୍ମୋଚନ କରିଥିଲେ ।

ବିଧାୟକ ଶ୍ରୀଯୁକ୍ତ ରାଉତ କହିଥିଲେ ସହରୀ ସଭ୍ୟତା ମଧ୍ୟରେ ଗାଡକଣ ଗ୍ରାମର ଏକତା ଓ ଭାଇଚାରା ଅତ୍ୟନ୍ତ ନିଆରା । ଏଭଳି ସୁସମ୍ପର୍କ ସବୁବେଳେ ଉଜ୍ଜିବୀତ ରହିଥାଉ । ସମ୍ପାଦକ ଶ୍ରୀଯୁକ୍ତ ସାହୁ କହିଥିଲେ ଓଡିଶାର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଗ୍ରାମର କଳାକାର ମାନଙ୍କୁ ନେଇ ପ୍ରତିବର୍ଷ ଅହରାତ୍ର ନାଟକ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ୨୬ ଓ ୨୭ ତମ ଅର୍ଘ୍ୟରେ ଏହି ଦୁଇଟି ନାଟକ ମଞ୍ଚସ୍ଥ ହେବ । ଏହି ଊତ୍ସବରେ ସମସ୍ତ କଳାକାରମାନେ ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.