Odia news portal

ୱି ଫର୍ ଭୁବନେଶ୍ୱର ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ

ଭୁବନେଶ୍ୱର : ୱି ଫର୍ ଭୁବନେଶ୍ୱର ତରଫରୁ ବୁଧବାର ମଧୁସୂଦନ ନଗରସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମଧୁସୂଦନ ନଗରର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କ ଅନୁଭୂତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତିଟି ସାମାଜିକ ବା ବିକାଶ କାର୍ଯ୍ୟରେ ସେମାନଙ୍କ ସୁଚିନ୍ତିତ ପରାମର୍ଶ ନେବା ଜରୁରୀ ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା ।

ଏହି କାର୍ଯ୍ୟକ୍ରମକୁ ନରେନ ସାହୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମଦତ୍ତ ଦାସ, ଅମରେଶ ଜେନା, ଶିବ ସୁଆର, ଅବନିକାନ୍ତ ପତି, ନନ୍ଦଦୁଆର ଦାସ ମହାପାତ୍ର, ବୁଢା ଭାଇ, ନଳିନୀ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିବେକାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
Leave A Reply

Your email address will not be published.