Odia news portal

କବିତା ପାଠ ଓ ପ୍ରତିଭା ସମ୍ମାନ ସମାରୋହ

ଭୁବନେଶ୍ୱର : ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ମା’ ସୁନାଦେଈ ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ କବିତା ପାଠ ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ସାହିତ୍ୟ କ୍ଷେତ୍ରରେ ଶ୍ରୀ ବିମ୍ବାଧର ବାରିକ, ଶ୍ରୀ ଆର୍ତ୍ତବନ୍ଧୁ ଦାସ, ଶ୍ରୀ ସତ୍ୟନାରାୟଣ ସିଂ, ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି, ଶ୍ରୀମତୀ ଇନ୍ଦିରା ମିଶ୍ର, ଶ୍ରୀମତୀ ରଶ୍ମି କର, ଶ୍ରୀମତୀ ଶକୁନ୍ତଳା ଓଝା, ସୁଶ୍ରୀ ରଶ୍ମିତା ସାହୁ, ସୁଶ୍ରୀ ମଧୁସ୍ମିତା ମିଶ୍ରଙ୍କୁ ସାରସ୍ୱତ ସମ୍ମାନ ଏବଂ ସାମ୍ବାଦିକତା କ୍ଷେତ୍ରରେ ‘ଓ’ ଟିଭିର ବରି ସାମ୍ବାଦିକ ଶ୍ରୀ ଭବାନୀ ମହାପାତ୍ର, ସମ୍ବାଦର ବରି ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ନ୍ୟୁଜ୍‌-୧୮ର ଯୁବ ସାମ୍ବାଦିକ ଶ୍ରୀ ସୁମନ୍ତ ସୁନ୍ଦରାୟ, ସଂଯୋଗ ଟୁଡ଼େର ବେତାର ସାମ୍ବାଦିକ ଶ୍ରୀ ସୁଧୀର ସାହୁ, ଦୈନିକ ସମାଜର ବରି ସାମ୍ବାଦିକ ଶ୍ରୀ ପିୟୂଷ ମହାନ୍ତି, ‘ଓ’ ଟିଭିର ଯୁବ ସାମ୍ବାଦିକ ଶ୍ରୀ ଅତୁଲ୍ୟ କୁମାର ବାଉତ, ନ୍ୟୁଜ୍‌-୧୮ର ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଶ୍ରୀ ଆଲୋକ ମିଶ୍ର, ‘ଓ’ ଟିଭିର ଛବି ଉତ୍ତୋଳନାରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଦଳାଇ ଓ ଭୁବନେଶ୍ୱରର ଜଣାଶୁଣା ଯୁଵ ସାମ୍ବାଦିକ ଚକ୍ରଧର ମାଝୀଙ୍କୁ ନାରଦ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ପ୍ରଥମ ଅଧିବେଶନରେ ଗୀତିକବି ଶ୍ରୀଯୁକ୍ତ ବିପିନ ମହାନ୍ତିଙ୍କ ସଭାପତିତ୍ୱରେ ଏବଂ ଶ୍ରୀମତୀ ଚମକ ଚାନ୍ଦିନୀ ଦାଶ, ଶ୍ରୀ ଗୋଲକ ବିହାରୀ ନାୟକ ଓ ଶ୍ରୀ ଭଜକୃଷ୍ଣ ମହାନ୍ତିଙ୍କ ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ଅତିଥି ରୂପେ ଭୁବନେଶ୍ୱର-ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ଶ୍ରୀଯୁକ୍ତ ରାଜୀବ ସାହୁ, ବିଜେପିର ବରି ନେତା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଟ୍ରଷ୍ଟର ସମ୍ପାଦକ ଶ୍ରୀ ବିବେକାନନ୍ଦ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁ ।ନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଈ ପ୍ରଡକ୍ସନ ତରଫରୁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି ଓ ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ଉଚ୍ଚକୋଟୀର କାର୍ଯ୍ୟକ୍ରମ ଦ୍ୱାରା ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବାର ଯୋଜନା ରହିଛି ବୋଲି ସମ୍ପାଦକ ଶ୍ରୀ ବାରିକ ମତବ୍ୟକ୍ତ କରିଥିଲେ ।

You might also like
Leave A Reply

Your email address will not be published.