Odia news portal

ଆନ୍ତର୍ଜାତୀୟ ଯୁବ ଦିବସ ପାଳନ

ଯୁବକ ମାନଙ୍କ ଦ୍ୱାରା ହିଁ ପରିବର୍ତ୍ତନ ସମ୍ଭବ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ସାମାଜିକ ଅନୁ ।ନ \”ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ\’ ତରଫରୁ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ଯୁବ ସମାଜ ଓ ସମାଜସେବାକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅନୁଷାନର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଭଟ୍‌ଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜୁ ଜନତା ଦଳର ପାନେଲିଷ୍ଟ କ୍ୟାପଟେନ୍ ମନ୍ମଥ ରାଉତରାୟ, ଅଭିନେତା ଓ ସମାଜସେବୀ ଚନ୍ଦନ କର, ବିଶିଷ୍ଟ ସାମାଜିକ କର୍ମୀ ନିବେଦିତା ଶତପଥି ଓ ବିନ୍ଦୁଜା ଉପାଧ୍ୟାୟ ଅତିଥି ରୂପେ ଯୋଗଦେଇ ଆଜିର ଦିନରେ ଯଦି ସମାଜରେ କିଛି ପରିବର୍ତ୍ତନ ହୋଇପାରିବ ତାହା ଯୁବ ସମାଜ ଦ୍ୱାରା ହିଁ ହିଁ ସମ୍ଭବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆଚାର୍ଯ୍ୟ କହିଥିଲେ ଯେ, ଯେଉଁ ସଂଗ୍ରାମୀମାନେ ନିଜ ଜୀବନ ଦେଶପାଇଁ ଦେଇଛନ୍ତି, ସେମାନେ ପ୍ରାୟ ଯୁବକ ।

ପୃଥିବୀର ସର୍ବକନି ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କଠାରୁ ଆରମ୍ଭ କରି ଭଗତ ସିଂହ, ସୁବାସ ଚନ୍ଦ୍ର ବୋଷ, ଜୟୀରାଜଗୁରୁ ଓ ସୁକ୍‌ଦେବ ପ୍ରମୁଖ ଯୁବ ଅବସ୍ଥାରେ ଦେଶ ପାଇଁ ଜୀବନ ଦେଇଛନ୍ତି । ଓଡ଼ିଆ ସିନେମା ଅଭିନେତା ଚନ୍ଦନ କରଙ୍କ ସହିତ ସମାଜସେବୀ ନିିବେଦିତା ଶତପଥୀ ଓ ବିନ୍ଦୁଜା ଉପାଧ୍ୟାୟ । ଯୁବକମାନଙ୍କୁ ଆଗକୁ ଆସି ରାଜ୍ୟ ଓ ଦେଶର ନେତୃତ୍ୱ ନେବାପାଇଁ ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଦେଢଶହରୁ ଅଧିକ ଯୁବବର୍ଗ ସାମିଲ୍ ହୋଇଥିଲେ । ଏହାସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଯୁବକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଯୁବଗୋଷୀକୁ ସାମାଜିକ କାର୍ଯ୍ୟରେ ଯୋଡ଼ିବା ପାଇଁ ପ୍ରେରଣାଦାୟୀ ଅଭିଯାନ \’କନେକ୍ଟିଙ୍ଗ୍ ୟୁଥ୍‌\’ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିନୋଦ କୁମାର ରାଉତ, ମନୋଜ କୁମାର ସାହୁ, ଲକ୍ଷ୍ମୀପ୍ରିୟା ମହାନ୍ତି, ଶ୍ରାବଣୀ, ପ୍ରପିଆଲି ପ୍ରମୁଖ ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.