Odia news portal

୧୨ ନଂ ୱାର୍ଡରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓାର୍ଡ ଅନ୍ତର୍ଗତ ଦାସରଜା ସାହି, ପାତ୍ରସାହି ଓ ରେଲୱେ ବିଦ୍ୟାଳୟ ଏବଂ ଆରଆରଏଲ ବିଦ୍ୟାଳୟରେ ଡେଙ୍ଗୁ ସଚେତନତା, ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୱାର୍ଡ ଅଧିକାରୀ ରବି ନାରାୟଣ ମିଶ୍ର, ସାନିଟାରୀ ଇନ୍ସପେକ୍ଟର ମନୋରଞ୍ଜନ ମହାପାତ୍ର ଓ ଏଏନଏମ ଦିଦି, ଆଶାକର୍ମୀ, ଅଙ୍ଗନଗାଡି କର୍ମୀ, ବିଏମସି ସଫେଇ କର୍ମଚାରୀମାନେ ଉପସ୍ଥିତ ରହି ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିଥିଲେ ।

ଡେଙ୍ଗୁ ମଶା ସ୍ୱଚ୍ଛ ପାଣିରେ ଜନ୍ମ ନେଇଥାଏ । ତେଣୁ ଘରର ଚାରିପାଖ ସଫାସୁତରା ରଖିବାକୁ ପଡିବ, ବିଭିନ୍ନ ଭଙ୍ଗା ପାତ୍ର, ଟାୟାର, ପଇଡ ଖୋଳ ଓ ଖାଲୁଆ ସ୍ଥାନରେ ପାଣି ଜମି ରହିଲେ ଡେଙ୍ଗୁ ଲାର୍ଭର୍ା ଜନ୍ମ ନିଅନ୍ତି । ଏଥିପାଇଁ ଆମକୁ ସତର୍କ ଓ ସଚେତନ ରହିବାକୁ ପଡିବ । ସାହିର ଗଳିକନ୍ଦି ବୁଲି ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏସଏଚଜି ମହିଳା ଓ ବସ୍ତିର ସମସ୍ତ ବାସିନ୍ଦା ଉପସ୍ଥିତ ଥିଲେ । ସେହିପରି ବିଦ୍ୟାଳୟ ମାନଙ୍କରେ ଡେଙ୍ଗୁ ସଚେତନତା କରାଯିବା ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.