Odia news portal

ବିଏମ୍‌ସି ପକ୍ଷରୁ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ


 ଭୁବନେଶ୍ୱରରେ ରୋପଣ କରାଯିବ ୧ ଲକ୍ଷ ବୃକ୍ଷ
 ୧ ଜୁଲାଇରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ
 ନାଗରିକଙ୍କ ସହଯୋଗ କାମନା କଲେ ମେୟର

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ପକ୍ଷରୁ ଆଜି ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ‘ମା’ଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମକୁ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଆଜି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବହୁ କର୍ପୋରେଟରଙ୍କ ଏବଂ ଟିମ୍ ବିଏମ୍‌ସି ଉପସ୍ଥିତ ଥିଲେ ।

ଭୁବନେଶ୍ୱର ହେବ ସବୁଜିକରଣ । ସଂପ୍ରତି ପୃଥିବୀର ତାପମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ତାପମାନ ହେତୁ ପାଣିପାଗରେ ମଧ୍ୟ ଅନିୟମିତତା ଦେଖା ଦେଇଛି । ସେହି ଅନୁପାତରେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ନିର୍ଦ୍ଧିଷ୍ଟ ସମୟରେ ବର୍ଷା ହେଉ ନାହିଁ । ଏହାକୁ ପ୍ରତିହତ କରିବା ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ଉପାୟ । ସେଥିପାଇଁ ବିଏମ୍‌ସି ପକ୍ଷରୁ ଏକ ଲକ୍ଷ ବୃକ୍ଷ ରୋପଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଜୁଲାଇ ୧ ତାରିଖରୁ ଅଗଷ୍ଠ ୩୧ ତାରିଖ ମଧ୍ୟରେ ଏହି ୧ ଲକ୍ଷ ବୃକ୍ଷ ରୋପଣ କରାଯିବ ।
ବିଏମ୍‌ସି ଅଂଚଳରେ ବୃକ୍ଷ ରୋପଣ କରିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ମାନନୀୟା ମେୟର । ନାଗରିକମାନଙ୍କର ସହଯୋଗ ଓ ସହଭାଗିତାରେ ବିଏମ୍‌ସି ଅଂଚଳରେ ଏକ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟ ସହଜରେ ହୋଇପାରିବ ବୋଲି ସେ କହିଛନ୍ତି ।

ରାସ୍ତା ପାଶ୍ୱର୍, ପଡିଆ ସ୍ଥାନ, ଶ୍ମଶାନ ଭୂମି, ଗୋଚର ଓ ଅନାବାଦି ଜମି ଏପରିକି ଯେଉଁଠାରେ ପଡିଆ ଜମି ରହିଛି ସେଠାରେ ବୃକ୍ଷ ରୋପଣ କରିବାକୁ ସେ ଅନୁରୋଧ କରିଛନ୍ତି । କେବଳ ମା’ଙ୍କ ପାଇଁ ଗଛଟିଏ ନୁହେଁ, ପ୍ରତ୍ୟେକ ବ୍ୟକ୍ତି ଅତି କମରେ ୫ଟି ବୃକ୍ଷ ଲଗାଇବା ସହ ତାର ରକ୍ଷଣାବେକ୍ଷଣ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅଂଚଳର କେତେକ ସ୍ଥାନରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପାଇଁ ମଧ୍ୟ ବିଏମ୍‌ସି ଯୋଜନା କରିଛି । ଏହାକୁ ସାକାର କରିବା ପାଇଁ ନାଗରିକମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ ।

ଆଜି ୭୫ ତମ ବନ ମହୋତ୍ସବ ସପ୍ତାହ ଅବସରରେ ବିଏମ୍‌ସି ମୁଖ୍ୟାଳୟ ଆଇସିଓଏମସି ଟାୱାର ପରିସରରେ ବଉଳ(ଗସଦ୍ଭସଜ୍ଞଙ୍କଗ୍ଦକ୍ଟ୍ରଙ୍କଗ୍ଦ ରକ୍ଷରଦ୍ଭଶସ), ଓଉ(ଊସକ୍ଷକ୍ଷରଦ୍ଭସବ ସଦ୍ଭୟସମବ), ନିମ୍ବ(ଘସଜ୍ଞ), କାଂଚନ( ଈବଙ୍କଷସଦ୍ଭସବ ଙ୍ଖବକ୍ସସରଶବଗ୍ଧବ) ଆଦି ବୃକ୍ଷ ରୋପଣ କରାଯାଇଥିଲା । ଆଜି ପ୍ରାରମ୍ଭରେ ମୁଖ୍ୟ କାର୍ଯ୍ୟାଳୟ ସମେତ ଅନ୍ୟ ଦୁଇଟି ପାର୍କରେ ୧୦୦ ରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ ହୋଇଛି ।ଏହି କାର୍ଯ୍ୟକ୍ରମରେ ମାନନୀୟା ମେୟରଙ୍କ ସହ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ଷ୍ଟାଣ୍ଡିଂ କମିଟିର ଅଧକ୍ଷ ଶ୍ରୀ ବିରଂଚି ନାରାୟଣ ମହାସୂପକାର, ମିହିର କୁମାର ରାଉତ, ମହାମାୟା ସ୍ୱାଇଁ ବହୁ କର୍ପୋରେଟର, ଡେପୁଟି କମିଶନର ଡକ୍ଟର ମନୋ ରଂଜନ ସାହୁ, ଶ୍ରୀମତୀ କାଜଲ ପ୍ରଧାନ, ଜୋନାଲ୍ ଡେପୁଟି କମିଶନର ଶ୍ରୀମତୀ ରାଜଲକ୍ଷ୍ମୀ ନାୟକ, ଉଦ୍ୟାନବିତ୍ ଶ୍ରୀ ସୁଧାଂଶୁ ଭୁଷଣ ସାହୁ ଏବଂ ଟିମ୍ ବିଏମ୍‌ସି ପ୍ରମୁଖ ଉପସ୍ଥିତ ଥିଲେ ।

ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହ ନିଜର ନାମ ଉଲ୍ଲେଖ ଥିବା ନେମ୍ ପ୍ଲେଟ ଲାଗାଇଛନ୍ତି । ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ଏହି ବୃକ୍ଷ ରୋପଣ କାର୍ଯ୍ୟ ଦୀର୍ଘ ଦୁଇ ମାସ ଧରି ଚାଲିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । କେବଳ ସେତିକି ନୁହେଁ, ଏହି କାର୍ଯ୍ୟକ୍ରମରେ ନାଗରିକମାନଙ୍କୁ ଭାଗିଦାର କରିବା ସହ ପୋତିବା, ପାଳିବା ଓ ବଡ କରିବା ନୀତିକୁ ଆପଣେଇବାକୁ କୁହାଯାଇଛି ।

You might also like
Leave A Reply

Your email address will not be published.