Odia news portal

ନବୀନଙ୍କୁ ଭେଟିଲେ ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନର କର୍ମକର୍ତ୍ତା

ମୁଁ ଆପଣଙ୍କ ସାଥିରେ ଅଛି, ଲୋକଙ୍କ ସେବା ଜାରି ରଖିବା
ଆମେ ପୁଣି ଲୋକଙ୍କ ଆଶୀର୍ବାଦ ପାଇବା : ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନର ଅଧକ୍ଷ ତଥା କଟକ ମେୟର ଶ୍ରୀ ସୁବାସ ସିଂ ଙ୍କ ନେତୃତ୍ୱରେ ସାରା ଓଡିଶାରୁ ଆସିଥବା ସାମୁଖ୍ୟ ର କର୍ମକର୍ତ୍ତା ମାନେ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ବିଜୁ ଜନତା ଦଳ ର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ଶ୍ରମିକ ମାନଙ୍କ ସମସ୍ୟା ଓ ସର୍ବନିମ୍ନ ମଜୁରୀ ସମ୍ପର୍କ ରେ ଆଲୋଚନା କରିଥିଲେ ।

ଏହି ଅବସରରେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ମୁଁ ଆପଣ ମାନଙ୍କ ସହିତ ଅଛି । ସାଧାରଣ ଲୋକଙ୍କ ସହିତ ଅଛି, ଲୋକଙ୍କ ସେବା ଜାରି ରଖନ୍ତୁ, ଆମେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇବା ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି ଥିଲେ । ଏହି ସାକ୍ଷାତ ସମୟରେ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ନବ ମହାନ୍ତି, ଶ୍ରୀ ରାଜୀବ ମହାନ୍ତି, ଶ୍ରୀ ଵାଲା ରାୟ ଶ୍ରୀ ପ୍ରଦ୍ୟୁମ୍ନ ସାମଲ ଓ ଶ୍ରୀ ଜୁମର ଅମର ସିଂ ପ୍ରମୁଖ ଉପସ୍ଥିତ ଥିଲେ

You might also like
Leave A Reply

Your email address will not be published.