Odia news portal

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୯ ତମ କଥାମୃତ ଅନୁଷ୍ଠିତ

ଭୁବନେଶ୍ୱର : ମାସର ପ୍ରଥମ ରବିବାର ଦିନ ସଭାପତି ସଞ୍ଚିତା ମହାନ୍ତି ଓ ସମ୍ପାଦକ ଡ଼ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ନୀଳକଣ୍ଠେଶ୍ଵର ମନ୍ଦିର ଭୁବନେଶ୍ୱର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୯ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଆଜିର ଭଜନ କାର୍ଯ୍ୟକ୍ରମରେ କେ ଲଷ୍ମୀନାରାୟଣ ସୌଦାମିନୀ ପଣ୍ଡା, ତନୁଶ୍ରୀ ଜେନା ପୁଷ୍ପଲତା ରାଉତରାୟ ,ବିମ୍ବାଧର ପଣ୍ଡା ଭାରତୀ ଭୂଷଣ ପଟ୍ଟନାୟକ ପ୍ରମୁଖ ଭଜନ ଗାଈ ଥିଲେ । ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ସ୍କନ୍ଦ ପୁରାଣ ଉପରେ ସମ୍ୟକ ସୂଚନା ସମସ୍ତଙ୍କୁ ଦେଇଥିଲେ ଓ ଆୟୋଜକ ଶ୍ରୀ ତ୍ରିଲୋଚନ ନାୟକଙ୍କୁ ଆଜିର କଥାମୃତ କାର୍ଯ୍ୟକ୍ରମ ନିମନ୍ତେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇ ଥିଲେ । ପ୍ରବକ୍ତା ପ୍ରଶାନ୍ତ କୁମାର ମିଶ୍ର ସ୍କନ୍ଦ ପୁରାଣ ଅନୁଯାଇ ଶ୍ରୀଜଗନ୍ନାଥଙ୍କ ବିଷୟରେ ପ୍ରାଞ୍ଜଳ ଭାବେ ସମସ୍ତଙ୍କୁ ଜଣାଇ ଥିଲେ ।

ଏହି ଅବସରରେ ଉପ ସଭାପତି ରବିନାରାୟଣ ମହାପାତ୍ର, ଉପଦେଷ୍ଟା ବାଳକୃଷ୍ଣ ପଣ୍ଡା ଉପ ଦେଷ୍ଟା ରବି ନାରାୟଣ ମିଶ୍ର, ଗୌରଙ୍ଗ ନାୟକ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, ଅକ୍ଷୟ ସାହୁ, ବଂଶୀଧର ନାୟକ ଶ୍ରୀନିବାସ ରାଓ ମନୋରଞ୍ଜନ ମହାନ୍ତି ସାନ୍ଧ୍ୟରାଣୀ ନାୟକ ପ୍ରମୁଖ ଓ ମନ୍ଦିରର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ଶେଷରେ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ ।

You might also like
Leave A Reply

Your email address will not be published.