Odia news portal

ରଙ୍ଗ ବଦଳା ରାଜନୀତି ଛାଡ, କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କର: ବିଜେଡ଼ି

ଭୁବନେଶ୍ବର,(ଚକ୍ରଧର ମାଝି) : ରାଜ୍ୟରେ ବିଜେପି ଯେଉଁ ପରିବର୍ତ୍ତନର ଆଶା ଭରସା ଦେଇ ଆସିଥିଲା। ନୂଆ ଯୋଜନା ଓ ସେବା ଦେବେ କହିଥିଲେ। ହେଲେ ସେ ସବୁକୁ ଗୁରୁତ୍ବ ନ ଦେଇ ବିଜେପି ରଙ୍ଗ ବଦଳା ରାଜନୀତିରେ ମାତିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ କରିଥିଲେ। ବ୍ଲକରୁ ହେଡ଼କ୍ୱାର୍ଟରରେ କମ ଦାମରେ ପହଞ୍ଚାଇବାକୁ କରିଥିଲେ। ଉକ୍ତ ବସର ନାଁ ଓ ରଙ୍ଗ ପରିବର୍ତ୍ତନ କରିବାରୁ ପ୍ରମାଣିତ ହେଉଛି କିଛି ନୂଆ ଯୋଜନା କି ସେବା କରୁ ନାହାନ୍ତି।

କିଛି ନୂଆ କରିବେ ନାହିଁ, ଏହା ପ୍ରମାଣିତ ହେଲା। କେଉଁ ଖର୍ଚ୍ଚରେ ଆଉ କାହା କଥାରେ କଲେ, ଜବାବ ନାହିଁ। ନବୀନ ଯୋଜନାରେ ରଙ୍ଗ ବୋଳିବେ ଓ ପ୍ରଚାର କରିବେ। ନିଜ ନେତାଙ୍କ ଫୋଟୋ ଲଗାଇବା ଅପଚେଷ୍ଟା କରୁଛନ୍ତି ନିଜ ପ୍ରଚାର ପାଇଁ। ନବୀନ କିପରି ଭଲ କରୁଥିଲେ ଏହି ବସ ଦ୍ୱାରା, ତାହା ଭୁଲାଇବାକୁ ଏହା କରୁଛନ୍ତି। ଏଥିରୁ କ୍ଷାନ୍ତ ରୁହନ୍ତି। ବିଜେଡି ଯୋଜନାରେ ରଙ୍ଗ ଲଗାଇ କି ଛପା ଲଗାଇଲେ ସଫଳ ହେବେନି। କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କରନ୍ତୁ।

କେଉଁ ନିଷ୍ପତିରେ ନାଁ, ରଙ୍ଗ ଓ ଫୋଟୋ ବଦଳା ଗଲା ତାହାର ଜବାବ ଦିଅନ୍ତୁ ବିଜେପି। ଏପରି କରି କଣ ପାଞ୍ଚ ବର୍ଷ ବିତାଇବେ,ଉତ୍ତର ଦିଅନ୍ତୁ ବୋଲି ବିଜେଡି ପ୍ରଶ୍ନ କରିଛି । କିଛି କରିବେନି, କେବଳ ନବୀନ ଯୋଜନାର ରଙ୍ଗ ବଦଳାଇବେ। ଯାହା ଭରସା ଦେଇ ସରକାର କରିଛନ୍ତି, ଆମେ ବିଧାନସଭାରେ କହିବୁ। ନ କଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

You might also like
Leave A Reply

Your email address will not be published.