Odia news portal

ସେପ୍ଟେମ୍ବର ୨୯ ରୁ କଳିଙ୍ଗ କପ୍, ଅଂଶଗ୍ରହଣ କରିବେ ୩୨ଟି ଦଳ

ଭୁବନେଶ୍ବର : ଦୁଇ ବର୍ଷର ସଫଳତା ପରେ ତୃତୀୟ ଥର ପାଇଁ ଗୋପବନ୍ଧୁ କ୍ଲବ ତରଫରୁ ଭୁବନେଶ୍ୱରର ଗୋପବନ୍ଧୁ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି କଳିଙ୍ଗ ପ୍ରିମିୟର ଲିଗ – ୨୦୨୪ । ଏ ନେଇ କ୍ଲବ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଟିକେ ବଡ଼ ଧରଣର ଆୟୋଜନ କରାଯିବା ସହ ବିନା କୌଣସି ଏଣ୍ଟ୍ରି ଫି ଦେଇ ରାଜ୍ୟ ତଥା ରାଜ୍ୟ ବାହାରୁ ୩୨ ଟି ଅଂଶଗ୍ରହଣ କରିବେ ।

ଏଥିରେ ବିଜେତା ଦଳ ପାଇଁ ୧ ଲକ୍ଷ, ଉପ ବିଜେତା ଦଳ ପାଇଁ ୬୦ ହଜାର ଏବଂ ଟୁର୍ନାମେଣ୍ଟର ଶୃଙ୍ଖଳିତ ଦଳକୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି ରହିଛି । ୧୦ ଓଭର ବିଶିଷ୍ଟ ଏହି ଟୁର୍ନାମେଣ୍ଟ ଟେନିସ୍ ବଲରେ ଖେଳାଯିବାକୁ ଥିବା ବେଳେ ସେମିଫାଇନାଲ ଏବଂ ଫାଇନାଲ ୧୫ ଓଭର ବିଶିଷ୍ଟ ଖେଳାଯିବ ।

ଏହା ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୬ ତାରିଖ ଖେଳାଯିବ ଏବଂ ଚଳିତ ବର୍ଷ କିଛି ରଣଜି ଖେଳାଳି ଅଂଶଗ୍ରହଣ କରିବେ ବୋଲି କୁହାଯାଇଛି । ସାମ୍ବାଦିକ ସମିଳନୀରେ କ୍ଲବର ବହୁ ସଦସ୍ୟଙ୍କ ସହ ଏମଡି ମୋସିନ, ସତ୍ୟ ନାରାୟଣ ସେଠି, ସମୀର ଦାସ, ନବଘନ ମିଶ୍ର, ଦେବାଶିଷ ପଟନାୟକ ସୋମନାଥ ଦାସ, ଦେବ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.