Odia news portal

ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ସମ୍ବର୍ଦ୍ଧନା ଉତ୍ସବ

ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ଆମେ ପ୍ରତିଶୃତିବଦ୍ଧ- ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର : ଜଗତସିଂହପୁର ଅନେକ ସମ୍ଭାବନା ଓ ଏøତିହ ସମ୍ପର୍ଣ୍ଣ ଜିଲ୍ଲା । ଏହି ଜିଲ୍ଲାର ବିକାଶ ଆମ ସମସ୍ତଙ୍କ ଦାୟିତ୍ୱ । ଜିଲ୍ଲାବାସୀ ଆମକୁ ନିର୍ବାଚିତ କରିଛନ୍ତି । ସେମାନେ ଆମ ଉପରେ ଆଶା ଓ ଭରସା ରଖିଛନ୍ତି ତାହା ପୁରା କରିବା ଆମ କର୍ମ ଓ ଧର୍ମ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମତବ୍ୟକ୍ତ କରିଛନ୍ତି । ରାଜଧାନୀରେ ବସବାସ କରୁଥିବା ଜଗତସିଂହପୁର ଜିଲ୍ଲାର ଅଧିବାସୀମାନଙ୍କୁ ନେଇ ଗଠିତ ସାମାଜିକ ଓ ସାଂସ୍କୃତିକ ଅନୁ ।ନ ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦ ତରଫରୁ ରବିବାର ସଂଧ୍ୟ୍ୟାରେ ଗୀତଗୋବିନ୍ଦ ସଦନ ପରିସରରେ ଆୟୋ୍‌ଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଜଗତସିଂହପୁର ଏକ ସାହିତ୍ୟ ଓ ସଂସ୍କୃତିର ଜିଲ୍ଲା । ଏଠାରେ ମାଆ ସାରଳା ବିରାଜମାନ କରିଛନ୍ତି । ଯିଏ ଆମକୁ ସବୁବେଳେ ବାଟ ଦେଖାନ୍ତି ।

ଏହି ଅଞ୍ଚଳରେ ଶିଳ୍ପର ବିକାଶ ହୋଇଛି । ହେଲେ ଯୁବକଯୁବତୀଙ୍କ ଦକ୍ଷତା ବିକାଶ ହୋଇ ନ ଥିବାରୁ ନିଯୁକ୍ତି ମକ୍ଟଳରନାହିଛ । ଏହି ଡବଲ ଇଞ୍ଜିନ ସରକାର ଯୁବକଯୁବତୀଙ୍କର ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛି । ଜିଲ୍ଲାରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇ ଯୁବକଙ୍କଦକ୍ଷତା ବିକାଶ ସହ ଉଚ୍ଚଶିକ୍ଷାର ବିକାଶ କରି ନିଯୁକ୍ତି ପ୍ରଦାନ କରାଯିବା ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମଧ୍ୟ ଦକ୍ଷତା ବିକାଶ କେନ୍ଦ୍ର କରାଯାଇ ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଏହି ସମାରୋହରେ ଜିଲ୍ଲାର ନବ ନିର୍ବାଚିତ ସାଂସଦ ଓ ବିଧାୟକ ମାନଙ୍କୁ ମୁଖ୍ୟ ଅତିଥି ରୁପେ ନାଉଗାଁ ଗୋଠଦା ମଠର ମହନ୍ତ ମହାରଜ ଚିନ୍ତାମଣି ପର୍ବତ ଗୋସ୍ୱାମୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମାରୋହରେ ମନ୍ତ୍ରୀ ଶ୍ର୍ରୀ ସ୍ୱାଇଁ ଆହୁରି କହିଲେ ଯେ ଜିଲ୍ଲାବାସୀ ମୋତେ ଯେଉଁ ଅକୁଣ୍ଠ ସ୍ନେହଶ୍ରଦ୍ଧା ଦେଇଛନ୍ତି ତାହା ଆଜିର ଏ ଭବ୍ୟ ସମାବେଶରୁ ଅନୁମେୟ । ଯେଉଁ ମହତ ଉଦ୍ଦେଶ୍ୟ ନେଇ ବିକାଶ ପରିଷଦ ଗଠନ କରା ଯାଇଛି ସେ ଦିଗରେ ଆମ ସମସ୍ତଙ୍କର ସହଯୋଗ ରହିବ । ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ଆମେ ପ୍ରତିଶ୍ରୁୃତିବଦ୍ଧ । ଜିଲ୍ଲାବାସୀଙ୍କ ସହଯୋଗ ରହିଲେ ଜଗତସିଂହପୁର ଜିଲ୍ଲା ଆଗାମୀ ଦିନରେ ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ ହେବ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ଅନୁ । ତରଫରୁ ଜିଲ୍ଲାରେ ଜନସାଧାରଣଙ୍କ ଉନ୍ନତି କଳ୍ପେ ଜଗତସଂହପୁରରେ ମେଡିକାଲ କଲେଜ ପ୍ରତି । ସମେତ ୧୭ ଗୋଟି ଜନହିତକର ପ୍ରସ୍ତାବ ମାନ୍ୟବର ସାଂସଦ ଓ ମନ୍ତ୍ରୀଙ୍କୁ ପ୍ରଦାନ କରା ଯାଇଥିଲା ।

ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଐାତିହ, ସଂସ୍କୃତି, ପର୍ଯ୍ୟଟନର ବିକାଶ ସମ୍ବଳିତ ଏହି ପ୍ରସ୍ତାବ ଗୁଡିକୁ ସହୃଦୟତାର ସହିତ ବିଚାର କରାଯାଇ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉପସ୍ଥିତ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ । ସମ୍ବର୍ଦ୍ଧନା ଅବସରରେ ନବ ନିର୍ବାଚିତ ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ବିଧାୟକ ସର୍ବଶ୍ରୀ, ଶାରଦା ପ୍ରସନ୍ନ ଜେନା ଓ ରମାକାନ୍ତ ଭୋଇ ପ୍ରମୁଖ ତାଙ୍କ ଉଦ୍‌ବୋଧନରେ ଜିଲ୍ଲାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଉଦ୍ୟମ କରିବେ ବୋଲି କହିଥିଲେ ।

ପ୍ରାରମ୍ଭରେ ଅନୁ ।ନର ଉପଦେଷ୍ଟା ଡଃ କମଳା ପ୍ରସାଦ ମହାପାତ୍ର ସ୍ଵାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିକାଶ ପରିଷଦର ସମ୍ପାଦକ ଡଃ ସୌଭାଗ୍ୟ ରାଉତରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପରିଷଦର ମୁଖ୍ୟ ସଂଯୋଜକ ଶ୍ରୀ ସୂର୍ଯ୍ୟ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତା୍ୱବଧାନରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନୁ ।ନର ଉପଦେଷ୍ଟା ସର୍ବଶ୍ରୀ ମୀନକେତନ ଦାସ, ନିରଞ୍ଜନ ବିଶ୍ୱାଳ, ନୟନ କିଶୋର ଆଚାର୍ଯ୍ୟ, ଶରତ ଚନ୍ଦ୍ର ରଥ ଓ କର୍ମକର୍ତ୍ତା ସର୍ବଶ୍ରୀ ଦୀପକ ଦାସ, ପ୍ରଣବ କୁମାର ଦେ, ଶିଶିର ସ୍ୱାଇଁ, ରାଜକିଶୋର ଦାସ, ଅନିରୁଦ୍ଧ ଚକ୍ର, ବିଚିତ୍ରାନନ୍ଦ ଖୁଣ୍ଟିଆ, ସୁଜିତ ପୁହାଣ ଏବଂ ଜଗତସିଁହପୁର ଜିଲ୍ଲାର ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ । ଶ୍ରୀ ସୂର୍ଯ୍ୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
Leave A Reply

Your email address will not be published.