Odia news portal

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ : ସୁଟର ମନୁ ଭାକର ଜିତିଲେ ବ୍ରୋଞ୍ଜ

ଭୁବନେଶ୍ୱର : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ। ସୁଟର୍ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ୍ ଇଭେଣ୍ଟରେ ଜିତିଛନ୍ତି ବ୍ରୋଞ୍ଜ ପଦକ। ଭାରତୀୟ ତାରକା ମହିଳା ସୁଟର ମନୁ ଭାକର ଗତକାଲି ପ୍ୟାରିସ୍ ଅଲିମ୍ପିକ୍ସର ପ୍ରଥମ ଦିନରେ ଚମତ୍କାର ପ୍ରଦର୍ଶନ କରିଥିଲେ । ୨୨ ବର୍ଷୀୟ ମହିଳା ସୁଟର ମନୁ ଭାକର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସେ ମୋଟ ୬୦୦ରୁ ୫୮୦ ପଏଣ୍ଟ ହାସଲ କରି ୪୫ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ତେବେ ଆଜି ଅପରାହ୍ଣ ୩.୩୦ରେ ୧୦ମିଟର ଏୟାର ରାଇଫଲ ପିସ୍ତଲ ଇଭେଣ୍ଟର ଫାଇନାଲରେ ଚମତ୍କାର ପଦର୍ଶନ କରି ବ୍ରୋଞ୍ଜ ପଦକ ଜିତିବା ସହ ଭାରତକୁ ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତାଇଛନ୍ତି ମନୁ ଭାକର। ଏହାପୂର୍ବରୁ ମନୁ ବିଶ୍ୱ ଚାମ୍ପିଅନସିପ୍‌, ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌, ଏସିଆନ ସୁଟିଂ ଚାମ୍ପିଅନସିପ୍‌, ଏସିଆନ୍‌ ଏୟାରଗନ୍‌ ଚାମ୍ପିଅନସିପ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୟୁଥ ଅଲିମ୍ପିକ୍ସ ଗେମ୍ସ, ୱାର୍ଲ୍ଡ ୟୁନିଭର୍ସିଟି ଗେମ୍‌, ଆଇଏସ୍‌ଏସ୍‌ଏଫ୍‌ ଜୁନିଅର ବିଶ୍ୱକପ୍‌ ଓ ଜୁନିଅର ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣିମ ସଫଳତା ଅର୍ଜନ କରିଥିଲେ।

You might also like
Leave A Reply

Your email address will not be published.