Odia news portal

ହୁଇଲ ଚେୟାର ଫେସିଂ ବିଶ୍ଵ କପ୍ ରେ ଭାଗନେବେ ରାଖାଲ୍

ଭୁବନେଶ୍ବର : ଆସନ୍ତା ୨୩- ୨୬ ମଇ ପର୍ଯ୍ୟନ୍ତ ସାଓ ପାଉଲ, ବ୍ରାଜିଲ ରେ ହେବାକୁ ଥିବା ହୁଇଲ ଚେୟାର ଫେସିଂ ବିଶ୍ଵ କପ୍ ଭାରତର ଏକ ମାତ୍ର ଖେଳାଳି ରାଖାଲ୍ କୁମାର ସେଠି ଭାଗ ନେବେ ଏହା ପାରl ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ ମ୍ୟାଚ ଥିବାରୁ ରାଖାଲ୍ ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ. ବିଶ୍ଵ ରାକିଙ୍ଗ ୨୭ ସାବର ଇଭେଣ୍ଟ ରେ (ବ୍ଯକ୍ତିଗତ) ଓ ଦଳଗତ ୬ ରାକିଙ୍ଗ ରେ ରାଖାଲ ରେ ଥିବା ବେଳେ ଏହି ମ୍ଯାଚ ରେ ମେଡାଲ ବିଜେତା ହେଲେ ପାରl ଅଲିମ୍ପିକ୍ସ ରେ ଭାଗ ନେବା ସମ୍ଭବ ହେଇପାର ।

ସେଥିପାଇଁ ରାଖାଲ୍ ଜୋରଦାର୍ ଅଭ୍ୟାସ ଜାରି ରଖି ଏହି ବିଶ୍ୱକପରେ ଭାଗ ନେବାକୁ ଯାଇଛନ୍ତି . ରାଖାଲ୍ ଚଳିତ ବର୍ଷ ଜାତୀୟ ଚାମ୍ପିଆନ୍ ସିପ୍ ରେ ୫ ଗୋଟି ମେଡାଲ ଓ ୩ ଗୋଟି ଆନ୍ତର୍ଜାତୀୟ ମେଡାଲ ଜିଣି ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

ଜାତୀୟ ସଂଘର ସଭାପତି ଜୟରାମ ଚନ୍ଦ୍ରଶେଖର ଓ ପlରl ସ୍ପୋର୍ଟ୍ସ ଆସୋସିଏସନ୍ ଓଡିଶା ର ସଭାପତି କମଳାକାନ୍ତ ରଥ, ସମ୍ପାଦକ ଲୋକନାଥ ମହାନ୍ତି ଓ ହୁଇଲ ଚେୟାର ଫେସିଂ ଓଡିଶା ର ଚେୟାର ପର୍ସନ ବେଲା ଜୟସ୍ୱାଲ ରାଖାଲ୍ ସେଠାରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକଟ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

You might also like
Leave A Reply

Your email address will not be published.