Odia news portal

ଜଙ୍ଗଲ ରାସ୍ତାରେ ରୋଗୀଙ୍କୁ ୪ କି.ମି ବୋହିଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କଳାହାଣ୍ଡୀ : ଜଣେ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଆଣି ମାନିବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀ । ଘଟଣାନୁଯାୟୀ କଳାହାଣ୍ଡୀ ଜିଲ୍ଲା ଥୂଆମୂଳ ରାମପୁର ବ୍ଲକର ତାଳଝପି ପଂଚାୟତ ଅନ୍ତର୍ଗତ ଉପରଝପି ଗ୍ରାମର ସିନାଦେଇ ମାଝୀ (୬୦ବର୍ଷ)ନାମକ ଜଣେ ମହିଳା ଜଙ୍ଗଲରେ କାମ କରୁଥିବା ସମୟରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ।

ଏଥିପାଇଁ ତାଙ୍କ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ଗୁଣୁପୁର ଏସଡିଏଚରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳ ଅଭିମୁଖେ ବାହାରିଯାଇଥିଲା । ମାତ୍ର ରୋଗୀଜଣଙ୍କ ଜଙ୍ଗଲ ମଧ୍ୟରେ ଥିବାରୁ ତାଙ୍କ ନୀକଟକୁ ଆମ୍ବୁଲାନ୍ସ ସହ ଯିବା ସମ୍ଭବପର ନଥିଲା ।

ତେଣୁ ଉକ୍ତ ୧୦୮ ଆମ୍ବୁଲାନ୍ସର ଇଏମଟି ଦିଗର୍ସେନ ପୂଝାରୀ, ଡ୍ରାଇଭର ଅରୁଣା ଦୁରିଆ ଏବଂ ସହାୟକ ବିଜୟ କୁମାର ନାୟକ ଷ୍ଟ୍ରେଚର ଧରି ଚାଲି ଚାଲି ଯାଇ ରୋଗୀଙ୍କ ନୀକଟରେ ପହଂଚିଥିଲେ ଏବଂ ସେଠାରୁ ଗ୍ରାମବାସୀଙ୍କ ସହାୟତାରେ ରୋଗୀଙ୍କୁ ଜଙ୍ଗଲ ରାସ୍ତା ଦେଇ ପ୍ରାୟ ୪ କିମି ପର୍ଯ୍ୟନ୍ତ ବୋହିଆଣି ଆମ୍ବୁଲାନ୍ସ ପାଖରେ ପହଂଚାଇଲେ ।

ଏହାପରେ ସେଠାରୁ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ବିପତି ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଉଛି ।

You might also like
Leave A Reply

Your email address will not be published.