Odia news portal

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ବିଶ୍ୱ ପଖାଳ ଦିବସ ପାଳିତ

ଭୁବନେଶ୍ୱର : ଆଜି ମାର୍ଚ୍ଚ ୨୦. ୨୦୨୪ ବୁଧବାରରେ ଗ୍ରୀଷ୍ମକୁ ସ୍ୱାଗତ କରିବା ପଖାଳ ଖାଇବା ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣକୁ ମନରେ ଉଜ୍ଜିବିତ କରିବା ଆମର ପ୍ରୟାସ, ମହାପ୍ରଭୁଙ୍କ ସଂସ୍କୃତି ଆମ ସଂସ୍କୃତି ଆମର ଅସ୍ମିତା ଓ ଅନ୍ୟତମ ପରିଚୟ ହେଲା ପଖାଳ, ଆମ ପୂର୍ବ ପୁରୁଷ ମାନେ ଆମଙ୍କୁ ପଖାଳ ଖାଇବାକୁ ଶିଖାଇଯାଇଛନ୍ତି ।

ଆଜି ଓଡ଼ିଆଙ୍କ ଅନ୍ୟତମ ପରିଚୟ “ପଖାଳ” ଆସନ୍ତୁ ଆମ ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ବଂଚେଇ ରଖିବା ଆମ ପଖାଳ ଆମ ପାଇଁ ଅମୃତ ଆମ ଐତିହ୍ୟ ପାଇଁ ଆମେ ଗର୍ବିତ, ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉଦ୍ଘାଟକ ଭାବେ ଶ୍ରୀରାମ ଚନ୍ଦ୍ରଦାସ ମହାପାତ୍ର, ଛପନ ଭୋଗ ସଭାପତି ଶ୍ରୀ ବିଶ୍ଵନାଥ ସାମନ୍ତରାୟ, ମୁଖ୍ୟ ଅତିଥି ଭାବେ ଡଃ ଅଶୋକ ମହାପାତ୍ର ପଣ୍ଡିତ ଦାଶରଥି ସାମନ୍ତରାୟ ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ, ଉପ ସଭାପତି ଶ୍ରୀ ରବି ନାରାୟଣ ମହାପାତ୍ର, ସମ୍ପାଦକ ନାରାୟଣ ମହାପାତ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ, ପଖାଳର ଉପକାରିତା ସମ୍ପର୍କରେ ବିଶ୍ଵନାଥ ସାମନ୍ତରାୟ ଓ ଡାଃ ଅଶୋକ ମହାପାତ୍ର ଓ ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ପ୍ରାଞ୍ଜଳ ଭାବରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ମା ସୁଭଦ୍ରାଙ୍କ ବାଡଗ୍ରାହି ରାମଚନ୍ଦ୍ର ଦାସ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ପ୍ରତେକ ତିଥି ଉପରେ ମାସରେ ଥରେ ଏକ ଆଲୋଚନା ଚକ୍ର କରିବାକୁ ପରାମର୍ଶ ଦେଇଥିଲେ, ସମସ୍ତେ ଏହାକୁ ଗ୍ରହଣ କରି ଥିଲେ, ଆଜିର ପଖାଳ ଦିବସ ରେ ଗତ କାଲି ପୁରୀରୁ ଅଭଡା ଅଣାଯାଇ ପଖଳା ଯାଇ ଥିଲା, ଅନନ୍ତ ବାସୁଦେବ ମନ୍ଦିରରରୁ ଡାଲି. ଶାଗ ବେସର ଓ ଖଟାକୁ ସମସ୍ତଙ୍କୁ ପରଷା ଯାଇ ଥିଲା ଏହି କାର୍ଯ୍ୟକ୍ରମ ଳରେ ପ୍ରାୟ ୨୫୦ ଜଣ ବ୍ଯକ୍ତି ଓ ମହିଳା ଯୋଗ ଦେଇଥିଲେ ପରିଷଦ ପକ୍ଷରୁ କୋଷାଧ୍ଯକ୍ଷ ସୁରେଶ ମିଶ୍ର ଉପଦେଷ୍ଟା ରବି ନାରାୟଣ ମିଶ୍ର ବାଳକୃଷ୍ଣ ପଣ୍ଡା ବିଶ୍ନୁପଦ ଦାସ ଅଖିଳ ସାହୁ, ଗୌରାଙ୍ଗ ନାୟକ ମଳୟ ଜେନା ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀ ନିବାସ ରାଓ ଅକ୍ଷୟ ସାହୁ, ଗାନ୍ଧୀ ଚୌଧୁରୀ, ପ୍ରମୁଖ ଯୋଗଦାନ କରି ଥିଲେ ।

You might also like
Leave A Reply

Your email address will not be published.