Odia news portal

ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ନୂତନ କର୍ମକର୍ତ୍ତା ନର୍ବାଚିତ

ଭୁବନେଶ୍ୱର : ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତ ପରିଷଦ ବୈଠକ ଏବଂ ପ୍ରାନ୍ତ ନିର୍ବାଚନ ଭୁବନେଶ୍ୱର ରୋଟାରୀ ଭବନ ରେ ଅନୁଷ୍ଠିତ ହୋଇଯାଇଛି।ଆଗାମୀ ୨୦୨୪-୨୫ ବର୍ଷ ପାଇଁ ପ୍ରାନ୍ତ ଅଧକ୍ଷ ଭାବେ ସତ୍ୟବାଦୀ ଦାଶ, ପ୍ରାନ୍ତ ମହାସଚିବ ଭାବେ ସୌମେନ୍ଦ୍ର ଦାସ, ପ୍ରାନ୍ତ ଅର୍ଥ ସଚିବ ଭାବେ ନରସିଂହ ମିଶ୍ରଙ୍କୁ ନିର୍ବାଚିତ କରାଯାଇଛି l

କ୍ଷେତ୍ରୀୟ ସଚିବ ଶ୍ୟାମ ସୁନ୍ଦର ଶର୍ମା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ ନିର୍ବାଚନ ପରିଚାଳନା କରିଥିଲେ। ଭାରତ ବିକାଶ ପରିଷଦ ପୂର୍ବଅଂଚଳ କ୍ଷେତ୍ରୀୟ ମହାସଚିବ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ। ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତ ର ୨୨ଟି ଶାଖାର ପ୍ରମୁଖ ପଦାଧିକାରୀମାନେ ଏହି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ l

ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତ ଏବଂ କେନ୍ଦ୍ରୀୟ ଶାଖା ଦ୍ୱାରା ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ “ପରିବର୍ତ୍ତିତ ପରିବେଶ ର ସ୍ୱରକ୍ଷା” ସମ୍ବଦ୍ଧିୟ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ତଥା ଏକ ଦିବସିୟ କାର୍ଯ୍ୟଶାଳା ଆସନ୍ତା ୧୬ ତାରିଖ ଶନିବାର ଦିନ ସକାଳ ୧୦ ଘଟିକା ରୁ ସାନ୍ଧ୍ୟ ୫ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି l ଏହି କାର୍ଯ୍ୟାଶାଳାରେ ଓଡିଶାର ମାନ୍ୟବର ରାଜ୍ୟପାଳ ଯୋଗଦେବା ପାଇଁ ସହମତି ପ୍ରକାଶ କରିଛନ୍ତି ଏବଂ ଭାରତ ବର୍ଷର ବହୁ ଜ୍ଞାନୀ ଗୁଣୀ ତଥା ଇସ୍ରୋ ଓ ଭାବାର ବୈଜ୍ଞାନିକ, ବିଶିଷ୍ଟ ପରିବେଶବିତ, ଓୟୁଟି ର କୁଳପତି ଏବଂ ଡାକ୍ତର ଅଶୋକ ମହାପାତ୍ର ପ୍ରମୁଖ ବକ୍ତା ଭାବେ ଯୋଗଦେବେ l

ଓଡିଶା ପୂର୍ବପ୍ରାନ୍ତର ସମସ୍ତ ସଦସ୍ୟ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟାଶାଳା ରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି l ଭାରତ ବିକାଶ ପରିଷଦ, ପୂର୍ବ ପ୍ରାନ୍ତ ତରଫରୁ ସେମିନାର ସଂଯୋଜକ ଶ୍ରୀଯୁକ୍ତ ବସନ୍ତ କୁମାର ମିଶ୍ର, ପୃଷ୍ଠପୋଷାକ ଶ୍ରୀମତୀ ଗୀତା ପଟ୍ଟନାୟକ ଏବଂ ଓଡିଶା ପୂର୍ବପ୍ରାନ୍ତ ମିଡ଼ିଆ ପ୍ରଭାରୀ ଶ୍ରୀ ନିହାର ରଞ୍ଜନ ସ୍ୱାଇଁ ଏକ ସାମ୍ବାଦିକ ସମିଳନୀ କରି ଉକ୍ତ କାର୍ଯ୍ୟଶଳାର ରୂପରେଖ ସମ୍ବନ୍ଧରେ ସବିଶେଷ ତଥ୍ୟ ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି l

You might also like
Leave A Reply

Your email address will not be published.