Odia news portal

ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (ସିଡ଼ିପିଓ)ଙ୍କ ଅଡ଼ିଓ ବାର୍ତାଳାପ ଭାଇରାଲ

ଗର୍ଭବତୀ ମହିଳା ଓ ଶିଶୁଙ୍କ ଜୀବନ ସହିତ ସାଂଘାତିକ ଖେଳ

ଭୁବନେଶ୍ୱର : ସ୍ୱଚ୍ଛତା ଓ ଦୁର୍ନିତିମୁକ୍ତ ସରକାରର ଡିଣ୍ଡିମ ପିଟୁଥିବା ଓଡ଼ିଶା ସରକାରଙ୍କ ସ୍ୱଚ୍ଛତାକୁ ନେଇ ବିରାଟ ପ୍ରଶ୍ନଛିଡ଼ା ହୋଇଛି । ରାଜ୍ୟବାସୀଙ୍କ ହିତ ପାଇଁ ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବହୁ ଯୋଜନା କରିଛନ୍ତି । ଏହି ଯୋଜନାଗୁଡ଼ିକ କେବଳ ହିତାଧିକାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଭୁବନେଶ୍ୱର ଗ୍ରାମାଂଚଳର ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (ସିଡ଼ିପିଓ)ଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଅଙ୍ଗନବାଡ଼ି କେନ୍ଦ୍ରରେ । ଅର୍ଥାତ୍ ଅନେକକ୍ଷେତ୍ରରେ ଏହି ଯୋଜନାଗୁଡ଼ିକର ସୁଫଳ ମିଳିପାରୁନାହିଁ ।

ଏହି ଦୁର୍ନିତିର ଏକ ଅଡ଼ିଓ ବାର୍ତାଳାପ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଯେଉଁଥିରେ କି ଭୁବନେଶ୍ୱର ଗ୍ରାମାଂଚଳର ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (ସିଡ଼ିପିଓ) କବିତା ମହାପାତ୍ରଙ୍କ ନିଜ ଅଧୀନରେ ଥିବା ଅଙ୍ଗନବାଡ଼ିକେନ୍ଦ୍ରରେ ବ୍ୟାପକ ଦୁର୍ନିତି, ଅନିୟମିତା ଚରମ ଅବହେଳା ନିଜ ବିଭାଗର ଅଙ୍ଗନବାଡ଼ି ସୁପରଭାଇଜର ବୀଣା ଦାସଙ୍କ ବିରୁଦ୍ଧରେ ଆଣିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରକୁ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଆସୁଥିବା ଛତୁଆ ଓ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟଗୁଡ଼ିକ ନିିମ୍ନମାନର ରହୁଛି ବୋଲି ଲିଙ୍ଗିପୁର, ସେକ୍ଟର-୧, ଶିଶୁପାଳ ଓ ବାସୁଆଘାଇ ପଂଚାୟତର ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଏଠାରେ ପ୍ରଶ୍ନଉଠେ ମହିଳା ଓ ଶିଶୁମାନଙ୍କ ଜୀବନ ସହିତ ଖେଳିବା ପାଇଁ ଏମାନଙ୍କୁକିଏ ଅଧିକାର ଦେଇଛି ? ଏପରିକି ଅଙ୍ଗନବାଡ଼ି ସୁପରଭାଇଜର ବୀଣା ଦାସଙ୍କ କାର୍ଯ୍ୟକଳା ପରେ ସେ ଅସନ୍ତୁଷ୍ଟ ଓ ସେ ନିଜ ଇଚ୍ଛାରେ କାର୍ଯ୍ୟ କରିବା, କେତେଜଣ ଅଙ୍ଗନବାଡ଼ିକର୍ମୀଙ୍କୁ ନେଇ ଏକଛତ୍ରବାଦ ଚଳାଇବା, ସରକାରୀ କାର୍ଯ୍ୟ ଠିକ୍ ଭାବରେ ନତୁଲାଇବା ଆଦି ଅଭିଯୋଗମାନ ସିଡ଼ିପିଓ ମହୋଦୟା କରିଛନ୍ତି ।

ସେ ଏ ବାବଦରେ ସରକାରଙ୍କୁ ପତ୍ର ଲେଖିଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ମହିଳା ଓ ଶିଶୁମାନଙ୍କ ପାଇଁ ସରକାର ଯୋଜନା ଉପରେ ଯୋଜନା ଓ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ନଗ୍ନ ଚିତ୍ର ଉକ୍ତ ପଂଚାୟତମାନଙ୍କରେ ଦେଖିବାକୁ ମିଳିଛି । ଭୁବନେଶ୍ୱର ଗ୍ରାମ୍ୟ ସିଡ଼ିପିଓ କବିତା ମହାପାତ୍ରଙ୍କ ତତ୍ୱାବଧାନରେ ଥିବା ୧୯୦ଟି ଅଙ୍ଗନବାଡ଼ିକେନ୍ଦ୍ରର ଖାଦ୍ୟର ମାନ ଯାଂଚ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବିଙ୍କ ସହିତ ଗ୍ରାମବାସୀ ସରକାରଙ୍କୁ ଦାବି ଓ ଅନୁରୋଧ କରିଛନ୍ତି । ଏଥି ସହତୁରନ୍ତ ଦୁର୍ନିତିଗ୍ରସ୍ତ କର୍ମଚାରୀଙ୍କୁ ବାହାର କରନ୍ତୁ ବୋଲି ସରକାରଙ୍କୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।

You might also like
Leave A Reply

Your email address will not be published.